April 16, 2024

କାଳନ୍ଦୀ ଚରଣ ପାଣିଗ୍ରାହୀ ଙ୍କ ଶ୍ରାଦ୍ଧ ଦିବସରେ ଭକ୍ତି ପୁର୍ଣ ଶ୍ରଦ୍ଧାଞ୍ଜଳି

1 min read
କାଳିନ୍ଦୀ ଚରଣ ପାଣିଗ୍ରାହୀ (ଜୁଲାଇ ୧୯୦୧ -୧୫ ମଇ ୧୯୯୧ )  ଜଣେ ଖ୍ୟାତନାମା  ଓଡିଆ  କବି  ଓ ଔପନାସିକ  ।  ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା ।

କାଳିନ୍ଦୀ ଚରଣ ପାଣିଗ୍ରାହୀ ଓଡିଶା ର ପୁରୀ ଜିଲ୍ଲାର ବିଶ୍ଵନାଥପୁର ଗ୍ରାମରେ ୧୯୦୧ ମସିହା ଜୁଲାଇ ୨ ତାରିଖରେ ଜନ୍ମ ନେଇଥିଲେ । ତାଙ୍କ ପିତା ସ୍ଵପ୍ନେଶ୍ଵର ପାଣିଗ୍ରାହୀ ଜଣେ ଆଇନଜୀବି ଥିଲେ । ପିତା ଏବଂ ଦୁଇ ଭାଇ ଦିବ୍ୟସିଂହ ଓ ଭଗବତୀ ଚରଣ ସାହିତ୍ୟିକ ଥିଲେ । ପୁରୀରେ ହିଁ କାଳିନ୍ଦୀ ଚରଣ ନିଜର ବାଲ୍ୟଜୀବନ ଓ ଶିକ୍ଷା ସମାପ୍ତ କରିଥିଲେ । ହାଇସ୍କୁଲ ସମାପ୍ତ କରି, ସେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଓଡିଶାର  ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତ୍ପଥୀ  ତାଙ୍କର ଝିଅ । ସେ ୧୯୯୧ ମେ ୧୫ ତାରିଖରେ ଦେହ ତ୍ୟାଗ କରିଥିଲେ ı

ରେଭେନ୍ସା ମହାବିଦ୍ୟାଳୟରେ ପଢିବା କାଳରେ କାଳିନ୍ଦୀ ଚରଣଙ୍କ ସାହିତ୍ୟ ପ୍ରତିଭାର ପରିଚୟ ମିଳିଲା । କଲେଜର ପଢିବା ସମୟରେ, ସେ “ନନସେନ୍ସ କ୍ଳବ” ଗଠନ କରିଥିଲେ । ଏହି ଦଳରେ ଥିବା ନଅ ଜଣ ଲେଖକ-ଲେଖିକା “ଉତ୍କଳ ସାହିତ୍ୟ” ପତ୍ରିକାରେ “ବାସନ୍ତୀ” ନାମକ ଏକ ଉପନ୍ୟାସ ଧାରାବାହିକ ଭାବରେ ପ୍ରକାଶ କରୁଥିଲେ । ଏହି ସମୟରେ “ସବୁଜ ଗୋଷ୍ଠୀ”ର ମୁଖପତ୍ର “ଯୁଗବୀଣା”ରେ କାଳିନ୍ଦୀ ଚରଣଙ୍କ ଲେଖାମାନ ମଧ୍ୟ ପ୍ରକାଶ ପାଉଥିଲା । ପରବର୍ତ୍ତୀ ସମୟରେ,ବାଲେଶ୍ଵର  ପ୍ରକାଶ ପାଉଥିବା ଏକ ଇଂରାଜୀ  ଓ ତାଙ୍କ ନିଜ ଓଡ଼ିଆ ପତ୍ରିକାର ସେ ସମ୍ପାଦନା କରିବାକୁ ଲାଗିଲେ । କବିତାରୁ ହିଁ କାଳିନ୍ଦୀ ଚରଣଙ୍କ ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ଶବ୍ଦ ସଂଯୋଜନା ତାଙ୍କ କବିତାର ଏକ ବୈଶିଷ୍ଟ ଥିଲା । ତାଙ୍କ ଲେଖାରେ ଓଡ଼ିଶାର ଗ୍ରାମ୍ୟ ପରିବେଶ, ଲୋକଙ୍କର ଆଚାରବିଚାର ପ୍ରମୂଖ ସ୍ଥାନ ପାଉଥିଲା । ଅନ୍ୟାୟ, ଅନୀତି ବିରୁଦ୍ଧରେ ତାଙ୍କ ସାହିତ୍ୟ ସ୍ଵର ଉତ୍ତୋଳନ କରୁଥିଲା । ସେ ଜଣେ ଦରଦୀ କବି ଓ ଜୀବନବାଦୀ ସାହିତ୍ୟିକ ଭାବରେ ପରିଚିତ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.