April 19, 2024

ଜମିକୁ ଜଳସେଚନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷି

1 min read

ଆଓରି-ଭୁବନେଶ୍ଵର(୧୭/୦୭) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଅଏଁଲାପାଲିଠାରେ ଥିବା ମେଗା ଜଳ ସେଚନ ପ୍ରକଳ୍ପରୁ ପାଣି ଛାଡିବା ପାଇଁ ଚାଷି ମାନେ ଦାବି କରିଛନ୍ତି । ଚଳିତ ବର୍ଷ ପ୍ରଥମରୁ ଭଲ ବର୍ଷା ହୋଇଥିଲେ ହେଁ ବର୍ତମାନ ବର୍ଷା ଅଭାବରୁ ଧାନ ଗଛ ସବୁ ମରିବାକୁ ବସିଲାଣି । ଏଣୁ ଚାଷିଙ୍କ ହିତ ଦୃଷ୍ଟିରୁ ତୁରନ୍ତ ଏହି ପ୍ରକଳ୍ପରୁ ପାଣି ଛାଡିବାକୁ ଦାବି କରିଛନ୍ତି ଚାରଭଟା ଓ ବାଲିଖମାର ପଂଚାୟତର ଚାଷିମାନେ ।

ଖାଲି ସେତିକି ନୁହେଁ ଯେଉଁ ସ୍ଥାନମାନଙ୍କରେ ଟାଙ୍କି ନିର୍ମାଣ ହେବା କଥା ହୋଇନଥିବାବେଳେ ଚାଷି ପାଣି ପାଇବାରୁ ବଂଚିତ ହେଉଛନ୍ତି । ଏନେଇ ଚାଷିମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ ବୋଲି ଚାଷିମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ତୁରନ୍ତ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.