Fri. Sep 18th, 2020

ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ କଟକଣା

1 min read

ଆଓରି-ଭୁବନେଶ୍ୱର(୨୭/୦୬): ସୁପ୍ରିମକୋର୍ଟର ଗ୍ରୀନ୍‌ ସିଗନାଲ ପରେ ପୁରୀରେେ ହେଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କୋର୍ଟଙ୍କ ନିର୍ଦ୍ଦେଶ ମାନି ନୀତିକାନ୍ତି ପାଳନ ହେବା ସହ ଭକ୍ତ ବି ଟିଭିରେ ଦେଖିଲେ ମହାପ୍ରଭୁଙ୍କ ଘୋଷଯାତ୍ରା ।

ରଥଯାତ୍ରା ପାଇଁ ସେତେବେଳେ ପୁରୀ ସହର ସଟଡାଉନ୍‌ ଘୋଷଣା କରିଥିଲା ପ୍ରଶାସନ । ସେହିପରି ବାହୁଡ଼ା ଯାତ୍ରା ସୁନାବେଶକୁ ଆଖିରେ ରଖି ଜୁନ୍ ୩୦ ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ଟା ପର୍ଯ୍ୟନ୍ତ ପୁରୀରେ ଲାଗୁ ହେବ କର୍ଫ୍ୟୁ । ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ସଟ-ଡାଉନ୍ ରହିବା ସହ କର୍ଫ୍ୟୁ ଜାରି ରହିବ ।

ଏହା ସହ ଜୁଲାଇ ୪ ଯାଏ ହୋଟେଲ, ଲଜ, ଧର୍ମଶାଳାରେ ଥିବା ଲୋକମାନେ ବାହାରକୁ ବାହାରି ପାରିବେନି । ବଡଦାଣ୍ଡର ଉଭୟ ପାର୍ଶ୍ୱର କୋଠାରେ ବାହାର ଲୋକଙ୍କୁ ଅନୁମତି ନାହିଁ । ବାହାର ଲୋକ ରହିଲେ କୋଠା ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.