April 19, 2024

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ ଆରମ୍ଭ

1 min read
Aajira Odisha Virat Kohli

Virat Kohli is on Fire for Test series

Aajira Odisha Virat Kohli

ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ କ୍ରୀକେଟ ଟିମ 3 ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିଜର ଆଜି ପ୍ରଥମ ମ୍ଯାଚ ଶ୍ରୀଲଙ୍କାର ଗାଲେ ଠାରେ ଆରମ୍ଭ ହେବ | ଟେଷ୍ଟ ଫରମାଟରେ ନିଜର ୧ନଂ ସ୍ଥାନ ବଜାୟ ଲକ୍ଷରେ ଭାରତ ପଡିଆକୁ ଅଲ୍ହାଇବ | ୨୦୧୫ରେ ଭାରତ ଏହି ଗ୍ରାଉଣ୍ଡରେ ଘରୋଇ ଦଳଠାରୁ ପରାସ୍ତ ହୋଇଥିଲେ | ଏବେ ପରାଜୟର ପ୍ରତିଶୋଧ ନେବାର ଉପଯୁକ୍ତ ସମୟ ଆସିଛି | ଆକ୍ରମଣାତ୍ମକ କୋହଲି ଏବେ ଜେନ ପରିପକ୍ଵ ଅଧିନାୟକ ହୋଇଯାଇଛନ୍ତି| ୨୦୧୬-୧୭ ରେ ଟୋଟାଲ ୧୭ଟି ଟେଷ୍ଟ ମ୍ଯାଚରୁ ୧୨ଟି ରେ ବିଜୟ ହାସଲ କରି ଭାରତକୁ ଆନ୍ତର୍ଜାତିକ ଟେଷ୍ଟରେ ଶୀର୍ଷ ସ୍ଥାନରେ ପହଞ୍ଚାଇପାରିଥିଲେ |

ଭାରତୀୟ ଦଳ: ବିରାଟ କୋହଲି ( ଅଧିନାୟକ), ଶିଖର ଧୱ୍ୱନ, ଲୋକେଶ ରାହୁଲ, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାନେ, ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ଵିନୀ, ରବୀନ୍ଦ୍ର ଜାଡେଜା, ରିଦ୍ଧିମାନ ସାହା, ଇଶାନ୍ତ ଶର୍ମା, ଉମେଶ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ମହମ୍ମଦ ଶମୀ, କୁଲଦୀପ ଯାଦବ ଓ ଅଭିନବ ମୁକୁନ୍ଦ |

 

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.