ୟୁପି ବୋର୍ଡ ଟପର୍ସଙ୍କୁ ଯୋଗୀ ସରକାରଙ୍କ ବଡ଼ ଉପହାର: ଲକ୍ଷେ ଟଙ୍କା, ଲାପଟପ୍ ଓ ଘର ପର୍ଯ୍ୟନ୍ତ ପକ୍କା ସଡ଼କ
1 min read
ଆଓରି-ନୂଆଦିଲ୍ଲୀ(୨୭/୦୬) : ଆଜି ଉତ୍ତରପ୍ରଦେଶର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ବୋର୍ଡ ପରୀକ୍ଷାରେ ଟପ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛନ୍ତି ଯୋଗୀ ସରକାର । ଟପର୍ସଙ୍କୁ ଏକ ଲକ୍ଷ ଟଙ୍କା ଲେଖାଁଏ ଦିଆଯିବା ସହ ଗୋଟିଏ ଗୋଟିଏ ଲାପଟପ୍ ଦିଆଯିବ । ଏହାସହ ଟପର୍ସଙ୍କ ଘର ପର୍ଯ୍ୟନ୍ତ ସଡ଼କ ନିର୍ମାଣ କରାଯାଇ ଟପର୍ସଙ୍କ ନାଁରେ ନାମିତ ହେବ ସଡ଼କ ।
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଟପର୍ସଙ୍କ ଘର ପର୍ଯ୍ୟନ୍ତ ପକ୍କା ସଡ଼କ ନିର୍ମାଣ କରାଯିବ । ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଟପ୍ କରିଥିବା 20-20 ଛାତ୍ରଛାତ୍ରୀଙ୍କ ଘର ପର୍ଯ୍ୟନ୍ତ ସୁନ୍ଦର ରାସ୍ତା ନିର୍ମାଣ କରାଯିବ । ୟୁପି ବୋର୍ଡ ବ୍ୟତୀତ ସିବିଏସଇ, ଆଇସିଏସଇ ଅନ୍ୟ ବୋର୍ଡର ଟପରଙ୍କ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ମୌର୍ଯ୍ୟ ।
ସୂଚନାଯୋଗ୍ୟ, ୟୁପି ବୋର୍ଡରେ ଦଶମ ଶ୍ରେଣୀ ପରୀକ୍ଷାରେ ବାଗପତର ଶ୍ରୀରାମ ଏସଏମ ଇଣ୍ଟର କଲେଜର ରିୟା ଜୈନ 96.67 ପ୍ରତିଶତ ରଖି ଟପ କରିଛନ୍ତି । +2ରେ ଏହି କଲେଜରୁ ଅନୁରାଗ ମଲିକ 97% ମାର୍କ ରଖି ଟପ୍ କରିଛନ୍ତି । ପ୍ରୟାଗରାଜ ଏସପି ଇଣ୍ଟର କଲେଜର ଛାତ୍ର ପ୍ରାଞ୍ଜଳ ସିଂହ 96 ପ୍ରତିଶତ ମାର୍କ ସହ +2 ପରୀକ୍ଷାରେ ଦ୍ୱତୀୟ ସ୍ଥାନ ଅଧିକାର କରିଛନ୍ତି ।