April 16, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ: ଦିନସାରା ଖୁସିରେ ଚଳିବେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବର ପରିଚୟ ଦେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କୃଷିକର୍ମରେ ନିୟୋଜିତ ହେବେ। ଯାନବାହନ ସୁଖ ମିଳିବ।

ବୃଷ: ମାନ-ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ସାଧନା ଫଳବତୀ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ।

ମିଥୁନ: ଧୈର୍ଯ୍ୟର ଆବଶ୍ୟକତା ରହିଛି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ପତ୍ନୀଙ୍କ ସହିତ ବିଳାସ ବ୍ୟସନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ।

କର୍କଟ: ବନ୍ଧୁମେଳରେ ଦିନଟି ଅତିବାହିତ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଅର୍ଥ ଉପାର୍ଜନର ପରିମାଣ ଯଥେଷ୍ଟ ହେବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି।

ସିଂହ: ବନ୍ଧୁ ସହାୟତା ମିଳିପାରେ। ପ୍ରତାରିତ ହୋଇପାରନ୍ତି। ଥଣ୍ଡା କଫରେ ପୀଡ଼ିତ ହେବେ। ଚଞ୍ଚଳ ସ୍ବଭାବର ହୋଇପାରନ୍ତି। ଏକାନ୍ତ ପ୍ରିୟ, ନେତ୍ର ପୀଡ଼ା ଭୋଗ କରିପାରନ୍ତି। ମଧୁରଭାଷୀ ହେବେ। ରାଜଯୋଗ ମିଳିବ। ଧାର୍ମିକ ହେବେ।

କନ୍ୟା: ଶତ୍ରୁ ଦ୍ବାରା ଉପକୃତ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ବୃଦ୍ଧି ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ଅର୍ଥ ଓ ସମ୍ମାନ ମିଳିବା ଆଶାକରାଯାଏ। ସୁଖୀ ହେବେ।

ତୁଳା: ହଜି ଯାଇଥିବା ମୂଲ୍ୟବାନ ଦ୍ରବ୍ୟ ଖୋଜିଲେ ପାଇବେ। ଶ୍ରମ ସାର୍ଥକ ହେବ। ବଂଶର ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟରେ ଲାଭ ଓ ଯଶସ୍ବୀ ହେବେ।

ବିଛା: ପରିସ୍ଥିତି ଆୟତ୍ତାଧୀନ ହେବ। ପରାଶ୍ରିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ହେବେ।

ଧନୁ: ଶୃଙ୍ଖଳିତ କାର୍ଯ୍ୟକୁ ବିଶୃଙ୍ଖଳିତ କରିପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭ ଜନକ ହେବ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ।

ମକର: ଯାତ୍ରାଦିରେ ସମ୍ମିଳିତ ହୋଇପାରନ୍ତି। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ତତ୍ପର ହୋଇପାରନ୍ତି। ମନରେ ଅହଂଭାବ ଆସିବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପାରିବାରିକ ସ୍ନେହ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ବିବ୍ରତ ହୋଇପାରନ୍ତି। ସଂଯମୀ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁହନ୍ତା ହୋଇପାରନ୍ତି। ଅଜୀର୍ଣ୍ଣ ଅନୁଭବ କରିବେ। ଚଞ୍ଚଳ ପ୍ରକୃତିର କନ୍ୟା ଲାଭ ହେବ।

ମୀନ: ଶାରୀରିକ ଆଘାତ ପ୍ରାପ୍ତ ହେବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବୋହିବାର ଯଥେଷ୍ଟ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.