April 19, 2024

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫାଇନାଲରେ ଭାରତ ଚାମ୍ପିଅନ୍

1 min read

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫାଇନାଲରେ କେନିଆକୁ ପରାସ୍ତ କରି ଭାରତ ଚାମ୍ପିଅନ୍। କ୍ୟାପଟେନ୍ ସୁନିଲ ଛେତ୍ରୀଙ୍କ ଚମତ୍କାର ୨ଟି ଗୋଲ ଯୋଗୁଁ ଦଳ ଏକତରଫା ୨-୦ ଗୋଲରେ ବିଜୟୀ ହୋଇଥିଲା।

ମ୍ୟାଚ୍‌ର ଅଷ୍ଟମ ଓ ୨୯ତମ ମିନିଟ୍‌ରେ ଗୋଲ କରି ଛେତ୍ରୀ ଭାରତକୁ ବିଜୟ ଭେଟି ଦେଇଥିଲେ। ପୂରା ଟୁର୍ଣ୍ଣାମେଣ୍ଟରେ ଛେତ୍ରୀ ୮ଟି ଗୋଲ ଦେବା ସହ ନିଜ କ୍ୟାରିୟରର ୬୪ ନମ୍ବର ଗୋଲ ଦେଇ ଦ୍ୱିତୀୟ ସର୍ବାଧିକ ଗୋଲ ସ୍କୋରର ସାବ୍ୟସ୍ତ ହୋଇଛନ୍ତି।

ଏଥିସହ ଛେତ୍ରୀ ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଲିଓନେଲ ମେସୀଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ମେସି ୧୨୪ଟି ମ୍ୟାଚ୍‌ ଖେଳି ୬୪ଟି ଗୋଲ ଦେଇଥିବା ବେଳେ ଛେତ୍ରୀ ୧୦୨ଟି ମ୍ୟାଚ୍‌ ଖେଳି ତାଙ୍କ ସହ ସମକକ୍ଷ ହୋଇଛନ୍ତି। ଏହି ଟାଇଟଲ ପରେ ଟିମ୍‌ ଇଣ୍ଡିଆ ଏଏଫ୍‌ସି ଏସିଆନ୍ କପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.