April 18, 2024

ଉତ୍ତରପ୍ରଦେଶରେ ଧୂଳି ଝଡ଼: ୧୩ ମୃତ, ୨୮ ଆହତ

1 min read

ଆଓରି-ନୂଆଦିଲ୍ଲୀ(୧୪/୬)  ଝଡ଼ ତୋଫାନ୍‍ରେ ଉତ୍ତର ପ୍ରଦେଶରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି। ସୀତାପୁର, ଗୋଣ୍ଡା, ଶ୍ରାବସ୍ତି, ଫୈଜାବାଦ ଓ ବସ୍ତି ଜିଲାରେ ବୁଧବାର ରାତିରେ ପ୍ରବଳ ଧୂଳି ଝଡ଼ ହୋଇଥିଲା। ଘଣ୍ଟାକୁ ୭୫ କିମ ବେଗରେ ପବନ ବହିଥିଲା। ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ଧୂଳି ଝଡ଼ ଲାଗି ରହିଥିଲା। ଏଥିରେ ସୀତାପୁରରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଣ୍ଡାରେ ୩ଜଣ, କୌଶମ୍ବିରେ ୨ ଜଣ, ଫୈଜାବାଦ୍‍ ଓ ହାରଦୋଇରେ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସୀତାପୁରରେ ୧୭ ଜଣ ଓ ଫୈଜାବାଦ୍‍ରେ ୧୧ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ ଆହତମାନଙ୍କୁ ସରକାରୀ ଚିକିତ୍ସା ସୁବିଧା ଅଗ୍ରାଧିକାର ଭିତ୍ତିରେ ଉପଲବ୍ଧ କରାଇବାକୁ ପ୍ରଭାବିତ ଜିଲାପାଳଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଛନ୍ତି। ରାଜ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ଧୂଳି ଝଡ଼ ଓ ପ୍ରବଳ ବର୍ଷା ସଂକ୍ରାନ୍ତରେ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଥିଲା। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଉତ୍ତରପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ଝଡ଼ ତୋଫାନ୍‍ରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ କ୍ଷୟକ୍ଷତି ଘଟିଥିଲା।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.