April 19, 2024

ଓଡ଼ିଶା ସମେତ ୨୦ ରାଜ୍ୟରେ ଝଡ଼ ତୋଫାନ ଆଶଙ୍କା

1 min read

ଆ.ଓ.ରି(୮|୫)-ଉତ୍ତର ପଶ୍ଚିମରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ସମେତ ଦେଶର ପ୍ରାୟ ୨୦ଟି ରାଜ୍ୟରେ ଝଡତୋଫାନର ଆଶଙ୍କା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭିନ୍ନ ସ୍ଥାନରେ ପବନର ବେଗ ୫୦ରୁ ୭୦ କିଲୋମିଟର ରହିବା ସହ ଘଡ଼ଘଡ଼ି ଓ କୁଆପଥର ବୃଷ୍ଟିର ଆଶଙ୍କା ରହଛି। ଏଥିରେ ଓଡ଼ିଶା ସମେତ ପଞ୍ଜାବ, ହରିଆଣା, ଚଣ୍ଡିଗଡ, ଦିଲ୍ଲୀ, ବିହାର, ଆସାମ, ମେଘାଳୟ, ପଶ୍ଚିମବଂଗ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ, ଝାଡଖଣ୍ଡ, ସିକିମ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ  ବିଶେଷ ଭାବେ ପ୍ରଭାବିତ ହୋଇପାରନ୍ତି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପଶ୍ଚିମ ଭାରତରେ ସୃଷ୍ଟି ହୋଇଥିବା ଏହି ଘୂର୍ଣିବଳୟର ପ୍ରଭାବ ଓଡିଶାର ଉପକୂଳ ଅଂଚଳରେ ମଧ୍ୟ ପଡିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.