April 18, 2024

କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା ; ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟା ମହଲତ ଦେଲେ ଗଣମାଧ୍ୟମ ପ୍ରତିନିଧି

1 min read
Odisha MP Anubhav Mohanty Misbehaves With OTV Journalist

ଆଓରି-ଭୁବନେଶ୍ଵର(୦୭/୧୧) : ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ପୁଣିଥରେ ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଜଣେ ସାଂସଦ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ଅପମାନ ଜନକ ବ୍ୟବହାର କରିବା କେତେଦୂର ଯଥାର୍ଥ ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟକ୍ତିଗତ ଶତ୍ରୁତା ପାଇଁ ଯଦି ସାଂସଦ ଅନୁଭବ ଏପରି କରିଥାନ୍ତି ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମଧ୍ୟ ବୁଦ୍ଧିଜୀବୀମାନେ କହିଛନ୍ତି ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି ଗଣମାଧ୍ୟମ ପ୍ରତିନିଧି । ୨୪ ଘଣ୍ଟା ମଧ୍ୟରେ ସାଂସଦ କ୍ଷମା ମାଗିବାକୁ ଦାବି ହୋଇଛି । ଦାବି ପୂରଣ ନହେଲେ ବିଧାନସଭା ଘେରାଉର ଚେତାବନୀ ମଧ୍ୟ ଦିଆଯାଇଛି। ଦରକାର ପଡ଼ିଲେ ନବୀନ ନିବାସ ମଧ୍ୟ ଘେରାଉ କରାଯିବ ବୋଲି କହିଛନ୍ତି ଗଣମାଧ୍ୟମ ପ୍ରତିନିଧି । ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ରାଜନେତାଙ୍କ ଆକ୍ରୋଶର ଶିକାର ହେଉଥିବାରୁ ଆସନ୍ତା ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ୍ ଆଣିବାକୁ ମଧ୍ୟ ଦାବି ହୋଇଛି।

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି । ଜଣେ ସାଂସଦଙ୍କ ଏପରି ଔଦ୍ଧତ୍ୟକୁ ତୀବ୍ର ସମାଲୋଚନା କରିବା ସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଜଣେ ସାମ୍ବାଦିକଙ୍କ ପ୍ରତି ଅନୁଭବଙ୍କ ଏପରି ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଣମାଧମ ପ୍ରତିନିଧି । ଭୁବନେଶ୍ୱର ଜୟଦେବ ଭବନ ଆଗରେ ସାମ୍ବାଦିକମାନେ ସାଂସଦଙ୍କ ପ୍ରତିବାଦ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.