ଗୀତିକବି ନାରାୟଣ ପ୍ରସାଦଙ୍କ ପରଲୋକ
1 min readଆ.ଓ.ରି.ଦିଲ୍ଲୀ (ତା ୭/୬)ଭୁବନେଶ୍ୱର : ଗତ ୪ ଦଶନ୍ଧି ଧରି ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ମିଠା ଗୀତ ମାଧ୍ୟମରେ ବାନ୍ଧି ରଖିଥିବା ଗୀତିକବି ରସରାଜ ନାରାୟଣ ପ୍ରସାଦ ସିଂହ ଆଉ ନାହାନ୍ତି। ଆଜି ସକାଳ ୯ଟା ୪୫ମିନିଟ୍ରେ ମଞ୍ଚେଶ୍ୱରସ୍ଥିତ ବାସଭବନରେ ୮୫ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ ଘରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାଜଧାନୀ ଓ କଟକରୁ ବହୁ ସାହିତ୍ୟିକ, ଗୀତିକବି ଓ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଚଳି ଜଣାଇଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ୨୦୦୦ରୁ ଅଧିକ ଗୀତ ରଚନା କରିଥିବା ସ୍ୱର୍ଗତଃ ସିଂହଙ୍କୁ ‘ରସରାଜ’ ଆଖ୍ୟା ମିଳିଥିଲା।