April 25, 2024

ପୁରୀ ଜଗନ୍ନାଥ ମନ୍ଦିର ରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

1 min read

ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସିଂହଦ୍ୱାର ପୋଲିସ୍‌ ଜଣେ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |

ଗତକାଲି ବ୍ରହ୍ମପୁର ରୁ ଜଣେ ଯୁବତୀ ତାଙ୍କର ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲା ବେଳେ ସନ୍ତୋଷ କର ନାମକ ଜଣେ ବ୍ରାହ୍ମଣ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ ବୋଲି ସେ ଥାନା ରେ ଅଭିଯୋଗ କରିଥିଲେ |ଅଭିଯୋଗ କୁ ଭିତ୍ତି କରି  ସିଂହଦ୍ୱାର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |ଏହିଭଳି କାର୍ଯ୍ୟ କଳାପ ପାଇଁ କଠିନ ରୁ କଠିନ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଯୁବତୀ ଜଣଙ୍କ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.