April 20, 2024

ମୁହଁ ଖୋଲିଲେ ବୈଜୟନ୍ତ: ଅପ୍ରିୟ ସତ କହିବାରୁ ନିଲମ୍ବିତ ହେଲି

1 min read
ମୁହଁ ଖୋଲିଲେ ବୈଜୟନ୍ତ: ଅପ୍ରିୟ ସତ କହିବାରୁ ନିଲମ୍ବିତ ହେଲି

ପୁରୀ: ବିଜେଡିରୁ ନିଲମ୍ବନ ହେବା ପରେ ବୈଜୟନ୍ତ ଟ୍ୱିଟ୍‌ ଜରିଆରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ବିଜେଡି ସଭାପତିଙ୍କ ନିଲମ୍ବନ ଆଦେଶରେ ସେ ଆଘାତ ପାଇଥିବା କହିଥିଲେ । ଗତକାଲି ସେ ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରପଡାର ଜନସାଧାରଣଙ୍କୁ ଭେଟିଥିବା ବେଳେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହିତ ବିଜୁବାବୁଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ଅବସରରେ ସେ ସାମ୍ବାଦିକଙ୍କୁ କହିଥିଲେ ଯେ ଅପ୍ରିୟ ସତ୍ୟ କହିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ବୈଜୟନ୍ତ ଭାବବିହ୍ୱଳ ହୋଇ କହିଥିଲେ ଯେ ଏଭଳି ଘଟଣା ତାଙ୍କ ମନ ଓ ହୃଦୟକୁ ବହୁତ ଆଘାତ ଦେଇଛି । ବିଜୁବାବୁ ଆଜି ଥିଲେ ସେ କହିଥିବା ଅପ୍ରିୟ ସତୃକୁ ପସନ୍ଦ କରିଥାନ୍ତେ । ବିଜୁବାବୁଙ୍କୁ ଯେଉଁମାନେ ଆଦର୍ଶ ମାନନ୍ତି ସେମାନେ କେବେବି ନିରବ ରହିବେନି ।
ସେ କହିଥିଲେ ଯେ ଆଗରୁ ଦଳ ଠିକ ଚାଲିଥିଲା । ଗତ ୩ରୁ ୪ବର୍ଷ ହେଲା ଅନୁଶଶସନ ଠିକ ଭାବେ ଚାଲିନି । କିଛି ଲୋକ ନିଜ ସ୍ୱାର୍ଥରେ ଦଳକୁ କବଜା କରିନେଇଛନ୍ତି । ଦଳ ଆଣିଥିବା ଅଭିଯୋଗ ଉପରେ ସେ କହିଥିଲେ ଯେ ଅଭିଜ୍ଞ ଓ ଶିକ୍ଷିତ ବିଧାୟକମାନେ ଅବାସ୍ତବ ଅଭିଯୋଗ ଆଣିଛନ୍ତି । ଦଳର ଭଲପାଇଁ କହୁଥିବା ଲୋକଙ୍କୁ ବାହାର କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଷଡ଼ଯନ୍ତ୍ର ସମ୍ପର୍କରେ ଯଦି ବୁଝିଥାଆନ୍ତେ ତାହାହେଲେ ତାଙ୍କୁ ନିଲମ୍ବନ କରାଯାଇ ନଥାଆନ୍ତା । ବିଜୁବାବୁଙ୍କ ଅନ୍ତିମ ସଂସ୍କାରରେ ସେ ଯୋଗ ଦେଇଥିଲେ ଏବଂ ବିଜେଡି ଗଠନରେ ତାଙ୍କର ଭୂମିକା ରହିଥିଲା ବୋଲି ସେ କହିଛନ୍ତି । ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଲେ ମନ ଶାନ୍ତହେବା ପରେ ସେ ଯାହାକିଛି ନିଷ୍ପତ୍ତି ନେବେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.