April 19, 2024

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ; ଆସନ୍ତା ୧୧ରୁ ସବୁ ଜିଲ୍ଲା ଓ ସବଡିଭିଜନ ଆଗରେ ବିକ୍ଷୋଭ କରିବ ବିଜେପି

1 min read

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପିର ଜନ ଜାଗରଣ କାର୍ଯ୍ୟକ୍ରମ । ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ସବଡିଭିଜନ ଆଗରେ ବିକ୍ଷୋଭ କରିବ ବିଜେପି । ଏହାସହ ୧୨ରୁ ସପ୍ତାହେ ବ୍ୟାପି ସାରା ରାଜ୍ୟର ଥାନା ଆଗରେ ଧାରଣା ଦିଆଯିବା ନେଇ ଏଫଆଇଆର ଦିଆଯିବ । ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ମାନଙ୍କରେ ସମୂହ ଦୀପଦାନ କରାଯିବ । ବିଜେପିର ଉଚ୍ଚସ୍ତରୀୟ ଟିମ ଆଜି ପୁରୀ ଯାଇ ଶ୍ରୀମନ୍ଦିର ପରିଦର୍ଶନ ପରେ ଜନ ଜାଗରଣ କାର୍ଯ୍ୟକ୍ରମ ନେଇ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ରତ୍ନଭଣ୍ଡାରରେ ଚାବି ହଜିବା ପ୍ରସଙ୍ଗରେ ଗତକାଲି ନେଇ ମୁହଁ ଖୋଲିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ , କଥା ସତ ହୋଇଥିଲେ ସାଂଘାତିକ । ଏ ବାବଦରେ ମୁଖ୍ୟମନ୍ତ୍ରୀ କାହିଁ ଚୁପ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗରେ କମିଶନ ବସାଇ ଆଖିରେ ଧୂଳି ଦେବା ପାଇଁ ଉଦ୍ୟମ କରାଯାଉଛି ବୋଲି ଧର୍ମେନ୍ଦ୍ର ଅଭିଯୋଗ ଆଣିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.