March 29, 2024

ଶ୍ରୀମନ୍ଦିରର ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ଅନ୍ୟ ମନ୍ଦିରର ପରିଚାଳନାରୁ ଶିକ୍ଷା ଲାଭ କରିବାକୁ କହିଲେ କୋର୍ଟ

1 min read

ପୁରୀ ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ଉଚ୍ଚତମ ନ୍ୟାୟଳୟ । ଦେଶ ବିଦେଶରୁ ମନ୍ଦିରକୁ ଆସିଥିବା ଭକ୍ତ କିପରି ହଇରାଣ ନହୁଅନ୍ତି ସେ ନେଇ ଗୁରୁତ୍ୱ ଦେଇଛନ୍ତି । ଅନ୍ୟ ମନ୍ଦିର ପରିଚାଳନାରୁ ଶିକ୍ଷା ଲାଭ କରିବାକୁ କହିଲେ ସୁପ୍ରିମକୋର୍ଟ ।

ବୈଷ୍ଣୋ ଦେବୀ ଓ ତିରୁପତିର ଉଦାହରଣ ଦେଇଛନ୍ତି କୋର୍ଟ । ଜୁନ ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ପୁରୀ ଜଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିସିଟିଭିର କାର୍ଯ୍ୟକାରିତା ନେଇ ରିପୋର୍ଟ ଦାଖଲ କରିବାକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କତୃପକ୍ଷ ଏଥିରେ ସହଯୋଗ କରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ । ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । । ଜୁଲାଇ ୫ରେ ପରବର୍ତୀ ଶୁଣାଣି ।ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା, ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ହଇରାଣ ହରକତ ହେବା ଓ ସର୍ବୋପରି ଶ୍ରୀମନ୍ଦିରର ବିଭିନ୍ନ ଉତ୍ସରୁ ହେଉଥିବା ଆୟ ଓ ବ୍ୟୟ ନେଇ ଠିକ୍ ବିବରଣୀ ଲୋକଙ୍କୁ ମିଳୁ ନ ଥିବା ନେଇ ମୃଣାଳିନୀ ବାରିକ ନାମକ ଜଣେ ମହିଳା ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ବେଞ୍ଚ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.