April 20, 2024

ସପ୍ତମ ବେତନ କମିସନ ସୁପାରିସରେ କ୍ୟାବିନେଟ୍‌ ମୋହର ଲାଗିଲା

1 min read

ଭୁବନେଶ୍ୱର ୬।୧୦(ଆଜିର ଓଡ଼ିଶା): ସପ୍ତମ ବେତନ କମିସନ ସୁପାରିସକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ଏଥିସହିତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଲାଗି ବି ସପ୍ତମ ବେତନ କମିସନଙ୍କ ସୁପାରିସ ହାରରେ ପ୍ରାରିଶ୍ରମିକ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ଲଗାଇଛନ୍ତି। ସପ୍ତମ ବେତନ କମିସନ ଅନୁମୋଦନ ଆଧାରରେ ରାଜ୍ୟର ଜଣେ ସରକାରୀ କର୍ମଚାରୀ ସଂଶୋଧିତ ହାରରେ ସର୍ବନିମ୍ନ ୧୬ ହଜାର ୬୦୦ ଟଙ୍କା ଦରମା ସର୍ବୋଚ୍ଚ ୧ଲକ୍ଷ ୩୫ ହଜାରରୁ ଆରମ୍ଭ ହେବ|

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ୍‌ ଅନୁମୋଦନ ଅପେକ୍ଷା ରଖି ଏସଂପର୍କରେ ଆଗତୁରା ଘୋଷଣା କରିଥିଲେ ଯେ କର୍ମଚାରୀଙ୍କ ସଂଶୋଧିତ ଦରମା ଓ ପେନସନ୍‌ ୨୦୧୬ ଜାନୁଆରି ପହିଲାରୁ ପିଛିଲା ଭାବେ ଲାଗୁ ହେବ। କର୍ମଚାରୀମାନେ ସେପ୍‌ଟେମ୍ବର ମାସ ଦରମା ସେପ୍‌ଟେମ୍ବର ୨୬ ତାରିଖରେ ନୂଆ ତଥା ସଂଶୋଧିତ ହାରରେ ଦରମା ଓ ପେନସନ୍‌ ପାଇବେ। ତେବେ ଆଜି ନିଷ୍ପତ୍ତି ହୋଇଛି, ୨୦ମାସର ବକେୟା ଦରମା ବା ପେନସନ୍‌ (୭୫୦୦ କୋଟି ଟଙ୍କା) କେବେ ମିଳିବ, ରାଜ୍ୟର ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ପରବର୍ତ୍ତୀ ସମୟରେ ଘୋଷଣା କରିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.