April 19, 2024

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ; ୧୧ ମୃତ ୭ ଆହତ

1 min read
Bus-Accident-Aajira-Odisha

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୮/୧୨) : ଜମ୍ମୁ-କଶ୍ମୀର ପୁଞ୍ଚ ଜିଲା ମଣ୍ଡି ତହସିଲର ପ୍ଲିରାଠାରେ ଶନିବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁଞ୍ଚରୁ ଲୋର୍‌ନା ଆସୁଥିବା  ଏହି ବସ୍‌ଟି ଏକ ଖାଲକୁ ଖସି ପଡିବାରୁ ଦୁର୍ଘଟଣା ଘଟିଥିଲା। ବସ୍‌ରେ ଥିବା ୧୧ ଜଣ ଯାତ୍ରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଜେକେ୦୨ଡବ୍ଲୁ୦୪୪୫ ନମ୍ବରଧାରୀ ଯାତ୍ରୀବାହୀ ବସ୍‌ଟି ଲୋରନରୁ ପୁଞ୍ଚ୍‌କୁ ଯାଉଥିବା ବେଳେ ରାସ୍ତାରୁ ବାହାରି ଯାଇ ପ୍ଲେରା ଠାରେ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ପ୍ଲେରା ଠାରୁ ପୁଞ୍ଚ୍‌ର ଦୂରତା ପ୍ରାୟ ୩୦ କିଲୋମିଟର।

ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଏକ ବୁଲାଣିରେ ଚାଳକ ବସ୍‌କୁ ନିୟନ୍ତ୍ରଣ କରିନପରିବାରୁ ଦୁର୍ଘଟଣା ଘଟିଥିଲା। ଭାଙ୍ଗିରୁଜି କଦର୍ଯ୍ୟ ହୋଇ ଯାଇଥିବା ବସ୍‌ଟି ଖାଇ ଚଟାଣର ନିକଟରେ ଥିବା ଏକ ନଈକୂଳରେ ପଡ଼ିଥିଲା। ଚିକିତ୍ସା ନିମନ୍ତେ ଆାହତମାନଙ୍କୁ ମଣ୍ଡିସ୍ଥିତ ସବ୍‌-ଡିଷ୍ଟ୍ରିକ୍ଟ୍‌ ହସ୍‌ପିଟାଲ୍‌କୁ ନିଆଯାଇଛି। ସ୍ଥାନୀୟ ଲୋକେ ଓ ପଥଚାରୀମାନେ ସହାୟତା କରିବାକୁ ଧାଇଁ ଯାଇଥିଲେ। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ଅଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.