ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ ; ୧୫ ଆହତ
1 min readଆଓରି-ଭୁବନେଶ୍ଵର(୧୩/୦୩) : ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି-ଝରିଗାଁ ରାସ୍ତା ଧାଙ୍ଗଡାମାଲ ନିକଟରେ ଏକ ବରଯାତ୍ରୀ ବସ୍ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏଥିରେ ବସ୍ ଡ୍ରାଇଭରଙ୍କ ସମେତ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍ଟି ଛତିଶଗଡ଼ ଦେଓଭୋଗ ବ୍ଲକ ପାରୁଆପାଲି ଗ୍ରାମରୁ ରାଇଘର ବ୍ଲକ ଗୋନାହଳଦୀ ଗ୍ରାମକୁ ଯାଉଥିଲା।