Sat. Sep 19th, 2020

ଅପରେଶନ୍‌ ଅଲ୍‌ଆଉଟ୍‌: ଏକ ବର୍ଷରେ ନିହତ ହେଲେ ୨୫୭ ଆତଙ୍କବାଦୀ

1 min read

ଆଓରି-ନୂଆଦିଲ୍ଲୀ(୨୬/୧୨) : ଚଳିତ ୨୦୧୮ ବର୍ଷ ଶେଷ ହେବାକୁ ଯାଉଛି। ଏହି ବର୍ଷ ଜମ୍ମୁ-କଶ୍ମୀରରେ ସୁରକ୍ଷାବଳଙ୍କ ଏନ୍‌ କାଉଣ୍ଟରରେ ଡିସେମ୍ବର ୨୪ ସୁଦ୍ଧା୨୫୭ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ୨୦୧୭ରେ ୨୧୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବାବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୨୦୧୯ ପାଇଁ ସୁରକ୍ଷାବଳଙ୍କ ପକ୍ଷରୁ ସ୍ଵତନ୍ତ୍ର ଆକ୍ସନ୍‌ ପ୍ଳାନ୍‌ ପ୍ରସ୍ତୁତ କରାଯାଇଛି। ଗୋଇନ୍ଦା ରିପୋର୍ଟ ଅନୁସାରେ ଜମ୍ମୁ-କଶ୍ମୀରରେ ୨୪୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ସୁରକ୍ଷାବଳଙ୍କ ପକ୍ଷରୁ ସେମାନଙ୍କ ମଧ୍ୟରୁ ୨୦ ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।  ଏସବୁ ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ କଶ୍ମୀରର ବୋଲି କୁହାଯାଉଛି। ଚଳିତ ବର୍ଷ ସୁରକ୍ଷାବଳ ସ୍ଥାନୀୟ ଜନତାଙ୍କ ପଥର ଫିଙ୍ଗାକୁ ଖାତିର ନ କରି ଦୁଗର୍ମ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରି ଏହି ସଫଳତା ପାଇଥିବା ସୁରକ୍ଷା ମୁଖପାତ୍ରଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.