Mon. Sep 16th, 2019

ବ୍ରିଟେନ ନୂତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ଶନଙ୍କ ଟିମ୍‌ରେ ସ୍ଥାନ ପାଇଲେ ୩ ଜଣ ଭାରତୀୟ

1 min read
Three-indian-appointed-in-bretain-prime-minister-team-aajira-odisha

ଆଓରି-ନୂଆଦିଲ୍ଲୀ(୨୫/୦୭) : ବ୍ରିଟେନରେ ଥେରେସା ମେ ସରକାରର ବେକ୍‌ଜିଟ୍‌ ପରେ ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ବୋରିସ ଜନ୍‌ଶନଙ୍କ ଟିମ୍‌ରେ ସ୍ଥାନ ପାଇଛନ୍ତି ୩ ଜଣ ଭାରତୀୟ। ସେମାନଙ୍କ କାର୍ଯ୍ୟ ଦକ୍ଷତା ସେମାନଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି। ଏହି ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଆଉ ଜଣେ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ.ଆର. ନାରାୟଣ ମୂର୍ତ୍ତିଙ୍କ ଜ୍ଵାଇଁ ରିଷି ସୁନାକ ରହିଛନ୍ତି।

ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ଶନ ତାଙ୍କ ନୂଆ ଟିମ୍‌ ଗଠନ ଆରମ୍ଭ କରିଛନ୍ତି। ଟିମ୍‌ରେ ଭାରତୀୟ ଜନ୍ମିତ ମହିଳା ପ୍ରୀତି ପଟେଲଙ୍କୁ ଗୃହମନ୍ତ୍ରୀ ପଦବୀ ଭଳି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରିଛନ୍ତି। ଗତ ବୁଧବାର ପ୍ରୀତି ପଟେଲ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି। ବ୍ରିଟେନର ଗୃହମନ୍ତ୍ରୀ ହେବାରେ ପ୍ରୀତି ହେଉଛନ୍ତି ପ୍ରଥମ ଭାରତୀୟ। ସେହିପରି କନିଷ୍ଠ ମନ୍ତ୍ରୀ ଆଲୋକ ଶର୍ମାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ଦିଆଯାଇଛି। ତାଙ୍କୁ ଅନ୍ତର୍ଜାତୀୟ ଉନ୍ନୟନ ବିଭାଗ ମିଳିଛି। ଏହାବ୍ୟତୀତ ରିଷି ସୁନାକଙ୍କୁ ନୂଆ ଚାନ୍‌ସେଲର ସାଜିତ ଜାଭିଦଙ୍କ ଅଧୀନରେ ଟ୍ରେଜେରି ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସେ କନିଷ୍ଠ ମନ୍ତ୍ରୀ ମଧ୍ୟ ଅଛନ୍ତି। ହାମ୍ପସାୟାରରେ ଜନ୍ମିତ ୩୯ ବର୍ଷୀୟ ସୁନାକ୍‌ ୨୦୧୫ରୁ ୟର୍କସାୟାର, ରିଚ୍‌ମଣ୍ଡର ଏମପି ଭା​‌ବେ ନିର୍ବାଚିତ ହୋଇଆସିଛନ୍ତି।

ଉତ୍ତରପ୍ରଦେଶର ଆଗ୍ରାରେ ଜନ୍ମିତ ୫୧ ବର୍ଷୀୟ ଆଲୋକ ଶର୍ମା ୨୦୧୦ରୁ ରିଡିଂ ୱେଷ୍ଟର ଏମପି ଭାବେ ନିର୍ବାଚିତ ହୋଇଆସୁଛନ୍ତି। ଥେରେସା ମେ ସରକାରରେ ସେ ନିଯୁକ୍ତି ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ନିଟକରେ ହୋଇଥିବା କଞ୍ଜରଭେଟିଭ ଲିଡରଶିପ୍‌ ନିର୍ବାଚନରେ ସେ ଜନଶନଙ୍କର ଆଗଧାଡ଼ିର ସମର୍ଥକ ଥିଲେ। ବ୍ରିଟେନରେ ୧୫ ଲକ୍ଷ ଭାରତୀୟ ରହୁଥିବାବେଳେ ପ୍ରଥମ ଥର ପାଇଁ ଏକକାଳୀନ ୩ ଜଣ ଭାରତୀୟଙ୍କୁ ସରକାରରେ ମନ୍ତ୍ରୀପଦ ମିଳିଛି।

Leave a Reply

Your email address will not be published. Required fields are marked *