ଆସନ୍ତା ବର୍ଷ ଠାରୁ B.Ed କୋର୍ସର ଅବଧି ହେବ ୪ ବର୍ଷ ; ପ୍ରକାଶ ଜାବେଦକର
1 min readଆଓରି-ନୂଆଦିଲ୍ଲୀ(୦୮/୦୨) : ଆସନ୍ତା ବର୍ଷଠୁ ବ୍ୟାଚ୍ଲର ଇନ୍ ଏଜୁକେସନ(B.Ed) କୋର୍ସର ଅବଧି ୪ ବର୍ଷ ହେବ । ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବେଦକର ସୂଚନା ଦେଇଛନ୍ତି ।
ଆସନ୍ତା ବର୍ଷ ପାଖରୁ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ କୋର୍ସ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶିକ୍ଷାର ଗୁଣବତ୍ତା କମୁଛି । କାରଣ ବିଇଡିକୁ ଶେଷ ଅପ୍ସନ ଭାବେ କିଛି ଶିକ୍ଷାର୍ଥୀ ବାଛୁଛନ୍ତି ।ଏହା ନିଶ୍ଚିତ ରୂପେ ପିଲାମାନଙ୍କର ପ୍ରଥମ ପସନ୍ଦ ହେବା ଆବଶ୍ୟକ ବୋଲି କେନ୍ଦ୍ର ବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରଧାନ ଆଚାର୍ଯ୍ୟଙ୍କୁ ସମ୍ବୋଧିତ କରି ଜାବେଦକର ଏହା କହିଥିଲେ ।
ଏହି ନିୟମ ଲାଗୁ ହେବା ପରେ ବିଦ୍ୟାର୍ଥୀ ଦ୍ୱାଦଶ ଶ୍ରେଣୀରୁ ନାମ ଲେଖାଇ ପାରିବେ । ଏହାକୁ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀମାନେ କରିପାରିବେ । ଗ୍ରାଜୁଏସନ୍ କରିବା ପରେ ବିଇଡି କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ବିଦ୍ୟାର୍ଥୀ +୨ ପରେ ମଧ୍ୟ ବିଇଡିରେ ନାମ ଲେଖାଇ ପାରିବେ । ବର୍ତ୍ତମାନର ବିଇଡି କୋର୍ସ ଅପେକ୍ଷା ଇଣ୍ଟିଗ୍ରେଟେଡ୍ ବିଇଡି କରିବା ଦ୍ୱାରା ପିଲାଙ୍କର ଗୋଟିଏ ବର୍ଷ ବଞ୍ଚିପାରିବ ବୋଲି ମଧ୍ୟ ଜାବେଦକର ପ୍ରକାଶ କରିଛନ୍ତି ।