April 18, 2024

ମଙ୍ଗୁଳି ଜେନାଙ୍କ ହତ୍ୟାକାଣ୍ଡରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

1 min read

ଆଓରି-ଭୁବନେଶ୍ଵର(୧୪/୦୫) : ଖୋର୍ଦ୍ଧା ଜିଲ୍ଲାର ବହୁ ଚର୍ଚ୍ଚିତ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ସିଆଇଡି  । ଏହା ପୂର୍ବରୁ ୨ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଆଜି ୫ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ ବଡ଼ଜେନା, ପପିନ ଦଳସିଂହରାୟ, ଚନ୍ଦ୍ରକାନ୍ତ ପ୍ରଧାନ ଓ ଇସ୍ପାତ ମହାରଣା। ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଛି। ଅଧିକ ପଚରାଉଚରା ପାଇଁ ପୋଲିସ୍‌ ସେମାନଙ୍କୁ ରିମାଣ୍ଡରେ ନେଇପାରେ ।

ସୂଚନା ଯେ, ଗତ ୧୪ ତାରିଖ ରାତିରେ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ଓ ଦଳୀୟ କର୍ମୀଙ୍କ ସହ ଆଲୋଚନା କରୁଥିବା ବେଳେ ଖୋର୍ଦ୍ଧା ୯ ନମ୍ୱର ଜୋନର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ଗୁଳି କରି ହତ୍ୟା କରିଥିଲେ । ଏନେଇ ଚାରିଆଡେ ବିକ୍ଷୋଭ ଏବଂ ଅସନ୍ତୋଷ ଜାତ ହେବାପରେ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.