ଯମୁନାରୁ ଅଳିଆ ଆବର୍ଜନା ଅପସାରଣ ପାଇଁ ଅଭିଯାନ ଆରମ୍ଭ
1 min readଆଓରି-ନୂଆଦିଲ୍ଲୀ(୧୯/୧୧) : ଯମୁନାରୁ ଅଳିଆ ଆବର୍ଜନା ଏବଂ ବିସର୍ଜିତ ହେଉଥିବା ମୂର୍ତ୍ତି ଅପସାରଣ ପାଇଁ ରବିବାର ଶହଶହ ସ୍ଵେଚ୍ଛାସେବୀ ଏବଂ ନଦୀ ବଞ୍ଚାଅ କର୍ମୀମାନେ ଏକ ଅଭିଯାନ ଆରମ୍ଭ କରିଥିଲେ। ନଦୀ ସଂଯୋଗୀକରଣ ଅଭିଯାନ ସଦସ୍ୟ ଦେବାଶିଷ ଭଟ୍ଟାଚାର୍ଯ୍ୟଙ୍କ କହିବାନୁଯାୟୀ, ଯମୁନା ନଦୀ ତଟଦେଶରେ ପ୍ରତିଷ୍ଠିତ ବାବର ରାମ ବାଗ, ଏତମୌଦ୍ଦାଉଲ୍ଲା, ଆଗ୍ରା ଫୋର୍ଟ ଏବଂ ତାଜମହଲ ଭଳି ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଯମୁନାକୁ ନିୟମିତ ପରିଷ୍କାର କରାଯିବା ଜରୁରୀ। ନଦୀଶଯ୍ୟାରେ ଅଳିଆ ଆବର୍ଜନା ଗଦେଇ ହୋଇ ରହୁଛି। ଏଥିପାଇଁ ମଶା, ମାଛି ଓ କୀଟ ବଂଶ ବୃଦ୍ଧି ପାଇବା ଫଳରେ ସ୍ମାରକୀସ୍ଥଳଗୁଡିକର ପରିବେଶ ନଷ୍ଟ ହେଉଛି। ଦୈନିକ ଯମୁନାରୁ ଯେତେ ମାତ୍ରାରେ ଅଳିଆ ସଫା ହେଉଛି, ତା’ଠୁ ଢେର ଆବର୍ଜନା ନଦୀରେ ଫିଙ୍ଗାଯାଉଛି। ଏଥିପାଇଁ ଅଧିକ ମେଶିନ ଓ ଲୋକଙ୍କୁ ନିୟୋଜିତ କରାଯିବା ଆବଶ୍ୟକ ବୋଲି ସ୍ଥାନୀୟ କର୍ପୋରେଟର ଅନୁରାଗ ଚତୁର୍ବେଦୀ ସୂଚନା ଦେଇଛନ୍ତି। ଆଗ୍ରା ଦେଇ ପ୍ରବାହିତ ହୋଇଥିବା ଯମୁନା ଭାରତର ସର୍ବାଧିକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳଗୁଡିକ ମଧ୍ୟରୁ ଅନ୍ୟତମ।