Wed. Sep 23rd, 2020

କଶ୍ମୀର ପରେ ଗୁଜରାଟରେ ହାଇଆଲର୍ଟ ଜାରି

1 min read

ଆଓରି-ନୂଆଦିଲ୍ଲୀ(୧୮/୦୨) : କଶ୍ମୀର ପରେ ଗୁଜରାଟରେ ହାଇଆଲର୍ଟ ଜାରି । ଗୁଜରାଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ଗୁଜରାଟ ପୋଲିସକୁ ମଧ୍ୟ ସତର୍କ କରାଯାଇଛି ।

ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସତର୍କତା ଜାରି କରାଯାଇଛି । ରେଲୱେ ଷ୍ଟେସନ, ଗୁଜରାଟର କୋଷ୍ଟାଲ ବର୍ଡର, ଷ୍ଟାଚ୍ୟୁ ଅଫ୍ ୟୁନିଟି ଓ ବିଭିନ୍ନ ଧାର୍ମିକ ସ୍ଥଳ ଓ ସିନେମା ଘର ଉପରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଆଜି ସକାଳେ ଉପତ୍ୟକାରେ ଆତଙ୍କବାଦୀମାନେ ଲୁଚି ରହିଥିବା ବେଳେ ଯବାନମାନେ ଅପରେସନ ଜାରି ରଖିଥିଲେ । ତେବେ ଏହି ସମୟରେ ଗୁଳିକାଣ୍ଡରେ ୪ଜଣ ଯବାନ ଓ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.