Fri. Jan 24th, 2020

ନେଟଓ୍ବର୍କ ଦୃଢ କରିବ ଏୟାରଟେଲ

1 min read

ଆଓରି-ଭୁବନେଶ୍ଵର(୧୮/୭): ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ ଓଡିଶାରେ ଏହାର ନେଟଓ୍ବର୍କ ଆହୁରୀ ଦୃଢ କରିବ। ୨୦୧୮-୧୯ ଆର୍ଥତ୍କ ବର୍ଷରେ କମ୍ପାନୀ ଏ ନେଇ ଏକ ଯୋଜନା ଧାର୍ଯ୍ୟ କରିଛି। ଉଭୟ କଲ୍‌ ତଥା ଡାଟା ସେବା ତ୍ୱରାନ୍ବିତ କରିବାକୁ ଏହି ଭଳି ପଦକ୍ଷେପ ଗ୍ରହଣ କରାଯିବ। କମ୍ପାନୀ ବର୍ତ୍ତମାନ ରାଜ୍ୟରେ ୫୩,୫୦୦ରୁ ଅଧିକ ସହର ଏବଂ ଗ୍ରାମକୁ ସେବା ସଂଯୋଗ କରିଛି। ପ୍ରୋଜେକ୍ଟ ଲିପ୍‌ କାର୍ଯ୍ୟକ୍ରମ ଅଂଶସ୍ବରୂପ ଚଳିତ ଆର୍ଥତ୍କ ବର୍ଷରେ ୪,୪୦୦ ନୂଆ ସାଇଟ୍‌ ଯୋଡିବାକୁ ଲକ୍ଷ୍ୟ ରହିଥିବା ଭାରତୀ ଏୟାରଟେଲ ଓଡିଶାର ମୁଖ୍ୟ ପରିଚାଳନା ଅଧିକାରୀ ସିଦ୍ଧାର୍ଥ ମୋତିଓ୍ବାଲେ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। କମ୍ପାନୀ ପ୍ରତି ଦୁଇ ଘଣ୍ଟାରେ ଏକ ନୂଆ ସାଇଟ୍‌ ସଂଯୋଗ କରୁଛି। ସେହିଭଳି ଓଡିଶାରେ ୧୫୦୦ କିମିର ଫାଇବର ଅପ୍ଟିକ ସଂଯୋଗ ଯୋଜନା ଅନ୍ତର୍ଭୁକ୍ତ ରହିଛି। ଗତ ବର୍ଷ ଏହା ୫୦୦ କିମି ରହିଥିଲା।
୪୦% ନେଟଓ୍ବର୍କ ସମ୍ପ୍ରସାରଣ ସହ ନେଟଓ୍ବର୍କ ସାଇଟକୁ ୧୫,୬୦୦ରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମୋତିଓ୍ବାଲେ କହିଛନ୍ତି। ଓଡିଶାରେ କମ୍ପାନୀର ୧.୨ କୋଟି ଉପଭୋକ୍ତା ରହିଥିବା ବେଳେ ନୂତନ ଭୋଲ୍‌ଟି ସେବାକୁ ଭଲ ରେସପନ୍ସ ମିଳୁଛି। ସ୍ପେକ୍ଟ୍ରମ, କ୍ୟାପେକ୍ସ ତଥା ନେଟଓ୍ବର୍କ ବାବଦକୁ ୩.୭ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି। ୨୦୧୭-୧୮ରେ ଘରୋଇ ବଜାରରେ କମ୍ପାନୀ ୨୪,୦୦୦ କୋଟି ନିବେଶ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ପରିମାଣର ନିବେଶ ଯୋଜନା ରହିଛି। ରାଜ୍ୟରେ ଉନ୍ନତ ସେବା ଉପଲବ୍ଧ ନ ଥିବା ପ୍ରାୟ ୩,୩୦୦ ଗ୍ରାମକୁ ସେବା ଯୋଗାଣ ନେଇ ଲକ୍ଷ୍ୟ ରହିଛି ବୋଲି ମୋତିଓ୍ବାଲେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *