କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅଜୟ ମାକନ

Ajay-Maken-Resigned-Aajira-Odisha

ଆଓରି-ନୂଆଦିଲ୍ଲୀ(୦୪/୦୧) : ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅଜୟ ମାକନ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସେ ଟୁଇଟ କରି ଜଣାଇଛନ୍ତି। ଗୁରୁବାର ସେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହାପରେ ସ୍ଵାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଉଥିବା ସେ ସୂଚନା ଦେଇଛନ୍ତି। ତେବେ ଲୋକସଭା ନିର୍ବାଚନ ଆଉ ୩ ମାସ ବାକିଥିବାବେଳେ ମାକନଙ୍କ ଇସ୍ତଫା ରାଜନୈତିକ ମହଲକୁ ସରଗରମ କରିଛି। କୁହାଯାଉଛି ସେ ଦଳର କେନ୍ଦ୍ରୀୟ ଗୁରୁତ୍ୱପୂର୍ଣ୍ଣ ଭାର କିମ୍ବା ଲୋକସଭା ନିର୍ବାଚନ ଲଢ଼ିପାରନ୍ତି।