ବଲିଉଡରୁ ଛୁଟିଲା ଶୁଭେଚ୍ଛାର ସୁଅ ପୁଣି ପିତା ହେଲେ ଅଭିନେତା ସାହିଦ୍ କାପୁର

Swadesh-Vichar

ଆଓରି-ନୂଆଦିଲ୍ଲୀ(୬/୯) : ପୁଣି ପିତା ହେଲେ ବଲିଉଡ ଅଭିନେତା ସାହିଦ୍ କାପୁର । ବୁଧବାର ବିଳମ୍ବିତ ରାତିରେ ସହିଦଙ୍କ ପତ୍ନୀ ମୀରା ରାଜପୁତ ଏକ ଶୁଶିପୁତ୍ରକୁ ଜନ୍ମ ଦେଇଥିବା ସୂଚନା ମିଳିଛି । ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ନବଜାତ ଶିଶୁପୁତ୍ରର ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇନାହିଁ । ହେଲେ ବଲିଉଡର ବହୁ କଳାକାରଙ୍କ ପକ୍ଷରୁ ସହିଦଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରତି ଜିଣ୍ଟାଙ୍କ ଠାରୁ ଆରମ୍ଭ କରି ଆଲିୟା ଭଟ୍ଟଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସୋସିଆଲ ଆକାଉଣ୍ଟରେ ସହିଦ ଓ ମୀରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୧୫ରେ ସାହିଦ କାପୁର ଓ ମୀରା ରାଜପୁତ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପୂର୍ବରୁ ସେମାନଙ୍କ ଦୁଇ ବର୍ଷର ଏକ ଶିଶୁକନ୍ୟା ରହିଛି ।