April 16, 2024

ଆସନ୍ତା ଶନିବାର ଏବଂ ରବିବାର ଖୋଲା ରହିବ ସରକାରୀ କାର୍ଯ୍ୟାଳୟ

1 min read

ଆଓରି-ଭୁବନେଶ୍ଵର(୧୦/୦୫) : ଅତି ଭୀଷଣ ସାମୁଦ୍ରିକ ଝ଼ଡ ଫନି ଯୋଗୁଁ ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଏଠାରେ ରିଲିଫ୍‌ ଓ ପୁନରଉଦ୍ଧାର କାର୍ଯ୍ୟ ଚାଲିଛି । ଏଥିପାଇଁ ମେ ୧୧ ଓ ୧୨ ତାରିଖରେ ଏହି ଜିଲ୍ଲାମାନଙ୍କରେ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ।

ଫନି ବାତ୍ୟାପରେ ଏହି ଜିଲ୍ଲାମାନଙ୍କର ବିଭିନ୍ନ ଅଞ୍ଚଳକୁ ଯୋଗା ଯୋଗ ସହ ବିଜୁଳି ଓ ପାଣି ସଂଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଥିଲା । ବିଦ୍ୟୁତ, ଅଗ୍ନିଶମ ସହ ଅନ୍ୟ ବିଭାଗର ପ୍ରବଳ ଉଦ୍ୟମ ଯୋଗୁଁ ଯୋଗା ଯୋଗ ସମ୍ଭ ହୋଇଥିବା ବେଳେ ଅନେକ ସ୍ଥାନକୁ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଛି ।

ଏବେବି ପୁରୀ ଜିଲ୍ଲା ସହ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଅନେକ ସ୍ଥାନାରେ ବିଦ୍ୟୁତ ସଂଯୋଗ ସହ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.