Tue. Mar 31st, 2020

ଆସନ୍ତାମାସ ୨୮ ତାରିଖରେ ଦେଶବ୍ୟାପୀ ଦୋକାନ ବଜାର ବନ୍ଦ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୧/୮) : ଆସନ୍ତାମାସ ୨୮ ତାରିଖରେ ଦେଶବ୍ୟାପୀ ଦୋକାନ ବଜାର ବନ୍ଦ ରହିବ। ଭାରତର ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଭାରତର ଇ-କମର୍ସ କମ୍ପାନି ଫ୍ଲିପକାର୍ଟକୁ ଆମେରିକାର ଓ୍ଵାଲମାର୍ଟ କରିଥିବା ଅଧିଗ୍ରହଣକୁ ତୀବ୍ର ବିରୋଧ କରି ଆସୁଥିବା ସିଏଆଇଟି ଏହି ବନ୍ଦ ଡାକରା ଦେଇଛି। ସିଏଆଇଟିର ସେକ୍ରେଟାରି ଜେନେରାଲ ପ୍ରବୀଣ ଖଣ୍ଡେଲଓ୍ଵାଲ କହିଛନ୍ତି, ଏହି ଅଧିଗ୍ରହଣ ଯୋଗୁ ସରକାରଙ୍କ ୨୦୧୬ ମସିହାର ପ୍ରେସ୍‌ ନୋଟ୍‌ ୩ ଉଲ୍ଲଂଘନ ହୋଇଛି। ଇ-କମର୍ସ ବାଟ ଦେଇ ଭାରତର ଖୁଚୁରା ବାଣିଜ୍ୟକୁ ନିୟନ୍ତ୍ରଣ କରିବାର ମନ୍ଦ ଉଦ୍ଦେଶ୍ୟ ରଖାଯାଇଛି। ସିଏଆଇଟି ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଓ୍ଵାଲମାର୍ଟ-ଫ୍ଲିପକାର୍ଟ ଚୁକ୍ତିକୁ ବିରୋଧ କରି ସେପ୍ଟେମ୍ବର ୧୫ରେ ଦେଶବ୍ୟାପୀ ରଥଯାତ୍ରା ଆରମ୍ଭ କରାଯିବ। ବ୍ୟବସାୟୀମାନଙ୍କ ପାଇଁ ପାତରଅନ୍ତର କରାଯାଉଥିବାରୁ ଏହାର ପ୍ରତିବାଦରେ ଆସନ୍ତା ଡିସେମ୍ବର ୧୬ ତାରିଖରେ ଏକ ମେଗା ର‍୍ୟାଲି ନୂଆଦିଲ୍ଲୀରେ କରାଯିବ ବୋଲି ଶ୍ରୀ ଖଣ୍ଡେଲଓ୍ଵାଲ କହିଛନ୍ତି।

Leave a Reply

Your email address will not be published. Required fields are marked *