April 25, 2024

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଓଏମ୍‌ସି ମହିଳା ଫାର୍ମାସିଷ୍ଟ

1 min read

ଆଓରି(ତା୨|୫)-ଭିଜିଲାନ୍ସ ଜାଲରେ ଓଏମ୍‌ସିର ମହିଳା ଫାର୍ମାସିଷ୍ଟ। କେନ୍ଦୁଝର ଜିଲ୍ଲା ଶୁଆକାଟିର ଓଏମ୍‌ସି ଗନ୍ଧମାର୍ଦ୍ଦନର ଫାର୍ମାସିଷ୍ଟ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଫାର୍ମାସିଷ୍ଟ ଲୀନା ପ୍ରିୟଦର୍ଶିନୀ ଏକ ବିଲ୍ କରାଇଦେବା ପାଇଁ ରାଜେଶ କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ରାଜେଶ କଟକ ଭିଜିଲାନ୍ସ ସେଲ୍‌ରେ ଅଭିଯୋଗ କରିଥିଲେ।

ଯୋଜନାବଦ୍ଧ ଭାବେ ଆଜି ଫାର୍ମାସିଷ୍ଟ ଜଣଙ୍କ ରାଜେଶଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.