April 16, 2024

କାଶ୍ମୀରରେ ୩୭୦ ଧାରା ଉଚ୍ଚେଦ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି ଆମେରିକା ସାଂସଦ

1 min read
George Holding-Praised-Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୧୧/୦୧) : ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି ।  ସେ କାଶ୍ମୀରରେ ୩୭୦ ଧାରା ଉଚ୍ଚେଦ ପ୍ରସଙ୍ଗରେ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ ଏନେଇ କହିଛନ୍ତି  ଏହି ପଦକ୍ଷେପ ଦୀର୍ଘ ସମୟ ପର୍ଯ୍ୟନ୍ତ ଘାଟୀରେ ଶାନ୍ତି  ଓ ସ୍ଥିରତା ରଖିବ ।  ଆଉ ଏହି ପ୍ରକାର ପଦକ୍ଷେପ ପ୍ରଶଂସାର ଯୋଗ୍ୟ ବୋଲି ଆମେରିକା ସାଂସଦ କହିଛନ୍ତି ।

ଜର୍ଜ ହୋଲଡିଙ୍ଗ ଯିଏକି ନର୍ଥ କୈରୋଲିନ୍‌ର ସାଂସଦ  ସେ କହିଛନ୍ତି,  ଜମ୍ମୁ କାଶ୍ମୀରର ଲୋକମାନେ ଏବେ ମାଲିକ । ଦୀର୍ଘ ସମୟ ପର୍ଯ୍ୟନ୍ତ  ହସ ଖୁସିରେ ରହିବା ପାଇଁ ଏହି ସ୍ଥାନରେ ଶାନ୍ତି ଓ ସ୍ଥିରତା ରହିବା ଦରକାର । ସେ ଏକଥା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସ୍ଥିତି ଆତଙ୍କୀ ସଙ୍ଗଠନ  ଜାମ୍ମୁ କାଶ୍ମୀର ଲୋକଙ୍କ ନିତିଦିନିଆ ଜୀବନ ଉପରେ ବାଧା ଉପୁଯାଉଛି ବୋଲି ଜର୍ଜ ହୋଲଡିଙ୍ଗ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.