ପୁଣି ଏକାଠି ଗୋଟିଏ ସିନେମାରେ ମିହିର ଦାଶ ଏବଂ ଅମ୍ଳାନ
1 min readଆଓରି-ଭୁବନଶ୍ଵର(୧/୧୧) : ଓଲିଉଡର ଜଣେ ଲୋକପ୍ରିୟ ଅଭିନେତା ହେଲେ ମିହିର ଦାସ। ତାଙ୍କ ପୁଅ ଅମ୍ଳାନ ବି ଓଡ଼ିଆ ସିନେ ଜଗତର ଜଣେ ଟପ୍ ନାୟକ।ମିହିର ଓ ଅମ୍ଳାନଙ୍କୁ ଦର୍ଶକ ବେଶ୍ କିଛି ଦିନ ବ୍ୟବଧାନରେ ପୁଣି ଏକାଠି ଗୋଟିଏ ସିନେମାରେ ଦେଖିବାକୁ ପାଇବେ। ଏହି ସିନେମାର ଶୀର୍ଷକ ହେଲା‘ପ୍ରେମରେ ମୁଁ ଏମ୍ ଏମ୍ ବିବି ଏସ୍’। ଏହାର ନିର୍ଦ୍ଦେଶକ ହେଲେ ଏସ୍ ଦିଲୀପ ପଣ୍ଡା। ଏଥିରେ ମିହିର ଦାସ ଓ ଅମ୍ଳାନ ଏକାଠି କାମ କରିବାକୁ ଯାଉଛନ୍ତି।
ପିତା-ପୁତ୍ର ଯୋଡ଼ି ମିହିର ଓ ଅମ୍ଳାନଙ୍କୁ ସର୍ବପ୍ରଥମେ ସୁନୀଲ ରାଉତଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ତୁ ମୋ’ ଦେହର ଛାଇ’ରେ ଏକାଠି ଦେଖିବାକୁ ମିଳିଥିଲା। ଏଥିରେ ଅମ୍ଳାନ ନାୟକ ଓ ମିହିର ଖଳନାୟକ ଭୂମିକାରେ ନଜର ଆସିଥିଲେ। ଏହାପରେ ପୁଣି ମିହିର ଦାସ ଓ ଅମ୍ଳାନ ଏସ୍.କେ. ମୁରଲୀଧରନଙ୍କ ନିର୍ଦ୍ଦେଶିତ ‘ନୂଆ ନୂଆ ପ୍ରେମରେ’, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ପାଗଳ କରିଛୁ ତୁ’ ଓ ପ୍ରଦୀପ ଭୋଳଙ୍କ ନିର୍ଦ୍ଦେଶିତ ‘ଚିନି’ରେ ବି ଦେଖିବାକୁ ମିଳିଥିଲା।