ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୮୧୦ କରୋନା ଆକ୍ରାନ୍ତ
1 min read
ଆଓରି-ଭୁବନେଶ୍ଵର(୦୬-୦୯) : ଆଜି ରାଜ୍ୟରେ ୩୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଚିହ୍ନଟ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୨୮୬ଜଣ ଏବଂ ୧୫୨୪ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୪ହଜାର ୩୧ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୯ ହଜାର ୬୫୮ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୯୩ହଜାର ୭୭୪ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୫୩୮ଜଣ।