April 19, 2024

ବୈଜୟନ୍ତ ବିଜେପି ମୁହାଁ , ଅଭିଯୋଗ କଲେ ସାଂସଦଙ୍କ ରାଜନୈତିକ ସଂଯୋଜକ ଦେବାଶୀଷ

1 min read

ଆଓରି(ତା୧୭|୪)-   କେନ୍ଦ୍ରାପଡା ସାସଂଦ ବୈଜୟନ୍ତ  ପଣ୍ଡା ଏବେ ବିଜେପି ପ୍ରତି ଢଳୁଥିବା ସାସଂଦଙ୍କର ରାଜନୈତିକ ସଂଯୋଜକ ଥିବା ଦେବାଶିଷ ମଲ୍ଲିକ ଅଭିଯୋଗ କରିଛନ୍ତି । ସେ ସାସଂଦଙ୍କର ରାଜନୈତିକ ସଂଯୋଜକ ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାରରେ ଏକ ସାମ୍ବାଦିକ ସମ୍ମିଳନୀରେ  ସେ ଏହି ଅଭିଯୋଗ କରିଛନ୍ତି । ସାସଂଦ ବୈଜୟନ୍ତ ପଣ୍ଡା ବିଜେପି ପ୍ରତି ଢଳିଥିବାରୁ ବିଜେଡି ବିପକ୍ଷରେ କାମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବୈଜୟନ୍ତ ମିଛରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଅପ ପ୍ରଚାର କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହ ବୈଜୟନ୍ତ ତୃତୀୟମହଲା ଓ କିଛି ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରିଛନ୍ତି ବୋଲି ଦେବାଶୀଷ କହିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କର  ରାଜନୈତିକ ସଚିବ ଜ୍ୟୋତି ଘୋଷ ଏ ବିଷୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦେବାଶୀଷ କରିଥିବା ଅଭିଯୋଗର କୌଣସି ତଥ୍ୟ ପ୍ରମାଣ ନାହିଁ ଓ  ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ  କହିଛନ୍ତି । ଦେବାଶୀଷ କାହା ଦ୍ୱାରା ପ୍ରଭାବିତ ହୋଇ ଏପରି କରିଥିବା ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.