କେନ୍ଦ୍ରପଡା ବିଜେଡ଼ି ସାଂସଦ ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ
1 min read
ଆଓରି-ଭୁବନେଶ୍ଵର(୦୬-୦୯) : ପୁଣି ବିବାଦରେ ସାଂସଦ ଅନୁଭବ । ଅନୁଭବଙ୍କ ବିରୋଧରେ ଏସଡିଜିଏମ କୋର୍ଟରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ। ବର୍ଷା କଟକ ଏସ୍ଡିଜେଏମ୍ ଅଦାଲତରେ ସ୍ୱାମୀ ଅନୁଭବଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିବା ସହ ଭରଣପୋଷଣ ବାବଦରେ ଅର୍ଥ ଦାବି କରିଛନ୍ତି। ଏପରିକି ସେ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ସହ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିନ୍ତି ସ୍ଵାମୀ ଅନୁଭବ ମହାନ୍ତି। ସେ କହିଛନ୍ତି ଯେ, ମୁଁ ଅଦାଲତରୁ କୌଣସି ଲିଗାଲ ନୋଟିସ୍ ପାଇ ନାହିଁ। ଆସିଲେ ଉତ୍ତର ରଖିବି । ତେବେ ବର୍ଷା ଏବେ ସୁଦ୍ଧା ଅନୁଭବଙ୍କ ଘରେ ଅଛନ୍ତି।
ସରକାରୀ ୱେବସାଇଟ୍ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ମାମଲାର ପଞ୍ଜିକରଣ ସଂଖ୍ୟା ସିଆର୍ଏଲ୍ଏମ୍ସି ନଂ ୯୪/୨୦୨୦ ହୋଇଥିବା ବେଳେ ଏହା ଅଗଷ୍ଟ ୭ ତାରିଖ ଦିନ ପଞ୍ଜିକୃତ ହୋଇଛି। ପ୍ରୋଟେକ୍ସନ ଅଫ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨,୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଦମା ଦାୟର ହୋଇଛି । ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ସ୍ଥିରୀକୃତ ହୋଇଛି।