ଶରୀର ପାଇଁ ତେଜପତ୍ରର ଆବଶ୍ୟକତା
1 min readଖାଦ୍ୟରେ ତେଜପତ୍ର ପଡ଼ିବା ମାତ୍ରେ ତା’ର ସ୍ୱାଦ ବଦଳି ଯାଇଥାଏ। ହେଲେ ଖୁବ୍ କମ୍ ଲୋକ ଏ ବିଷୟରେ ଜାଣନ୍ତି ଯେ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ କରିବା ସହ ତେଜପତ୍ରର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି।
- ତେଜପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍ ଓ ଆଇରନ୍ ପ୍ରଚୁର ପରିମାଣର ରହିଛି। ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ। ଏହା ସହିତ ଏହାକୁ ଭିନ୍ନ ଉପାୟରେ ବ୍ୟବହାର କଲେ, ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ।
- ଯଦି କିଡ୍ନୀରେ ଷ୍ଟୋନ୍ ହୋଇଥାଏ, ତେବେ ତେଜପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ। ଏହି ପାଣିକୁ ଥଣ୍ଡା କରି ପିଇବା ଦ୍ୱାରା କିଡ୍ନୀରେ ପଥର ବା ଷ୍ଟୋନ୍ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
- ଆଜିକାଲି ଏସିଡିଟି ବା ଗ୍ୟାସ୍ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଆପଣଙ୍କର ଯଦି ଏପରି ସମସ୍ୟା ରହିଛି, ତେବେ ଚା’ରେ ତେଜ ପତ୍ର ପକାଇ ସେହି ଚା’କୁ ପିଅନ୍ତୁ। ଏପରି କରିବା ଦ୍ୱାରା ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ।
- ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର କରିବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ବା ମଧୁମେହ ନିୟନ୍ତ୍ରଣରେ ରହିଥାଏ।
- ଶୋଇବା ପୂର୍ବରୁ କିଛି ତେଜପତ୍ରର ଧୂଆଁ ଦେବା ଦ୍ୱାରା ଭଲ ନିଦ ହେଇଥାଏ। ଏହାବ୍ୟତୀତ ଏହା ଶରୀର ଉପରେ ବହୁ ଭଲ ପ୍ରଭାବ ପକାଇବା ସହ କ୍ଲାନ୍ତି ଦୂର କରିଥାଏ।
- ଦୀର୍ଘ ଦିନ ଧରି କାଶ ଲାଗି ରହିଲେ ଓ ଔଷଧ ଖାଇବା ପରେ ମଧ୍ୟ ସ୍ଥିତି ନ ସୁଧୁରିଲେ, ତେଜପତ୍ର ସିଝାଇ ତାର ଧୂଆଁକୁ ଶୁଂଘି ଶ୍ୱାସ ଭିତରକୁ ନେବା ଦ୍ୱାରା କାଶ କମିଯାଏ।