April 19, 2024

ଓଡ଼ିଶାକୁ ୭୦ ବର୍ଶ ପଛୁଆ ରଖିବାର ମୁଖ୍ୟ ଖଳନାୟକ ହେଉଛି କଂଗ୍ରେସ ; ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Blame-Rahul-Gandhi-Aajira-Odisha

ଆଓରି-ଭୁବନେଶ୍ଵର(୨୫/୦୧) : ଦିନିକିଆ ଗସ୍ତରେ ଓଡ଼ିଶା ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ ଏହାର କଡ଼ା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାକୁ ୭୦ ବର୍ଶ ପଛୁଆ ରଖିବାର ମୁଖ୍ୟ ଖଳନାୟକ ହେଉଛି କଂଗ୍ରେସ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତର ପ୍ରାକୃତିକ ସମ୍ୱଳକୁ କଂଗ୍ରେସ ଲୁଟ୍ କରିଥିବା କହିଛନ୍ତି ଶ୍ରୀ ପ୍ରଧାନ । ୧୦ ବର୍ଷ ଧରି କଂଗ୍ରେସ ଦଳ ହାତରେ ଦେଶର ରିମୋଟ ଥିଲା  । ଯେଉଁ ଦଳର ସଂସ୍କୃତି ହେଲା ଧୋକା ଦେବା, ଦୁର୍ନୀତି କରିବା, ଆଜିର ଦିନରେ ସେହି ଦଳର ନେତା ବଡ ବଡ କଥା କହୁଛନ୍ତି । ରାଜ୍ୟର କଂଗ୍ରେସ ସଭାପତିଙ୍କୁ ଆସିଥିବା ନୋଟିସ୍ ତଥ୍ୟ ଓ ପ୍ରମାଣ ଆଧାରିତ ବୋଲି କହି କଡ଼ା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାହୁଲ ଗାନ୍ଧି ନିଜେ ମଧ୍ୟ ବେଲ୍‌ରେ ଅଛନ୍ତି । ତେବେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ଦେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅନ୍ୟପଟେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ସମନ ଜାରି କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟି ସଭାପତି କାହିଁକି ଆଇନକୁ ମାନୁନାହାନ୍ତି  । ନୋଟିସ୍ ପ୍ରସଙ୍ଗ ନୁହେଁ, ମୂଳ ଅଭିଯୋଗ ପ୍ରସଙ୍ଗ । ୩୦ କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏପ୍ରସଙ୍ଗରେ ଉତ୍ତର ଦେବାର ଆବଶ୍ୟକତା ରହିଛି । ଏଣୁ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତରେ ହିଁ ଏପ୍ରସଙ୍ଗରେ ଉତ୍ତର ଦେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.