April 25, 2024

ପଦ୍ମଶ୍ରୀ ପୁରସ୍କୃତ ଡି ପ୍ରକାଶ ରାଓଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ

1 min read
D-Prakash-Rao-Aajira-Odisha

ଆଓରି-ଭୁବନେଶ୍ଵର(୦୨/୦୨) : ଆଜି ଭଦ୍ରକ ଜିଲ୍ଲାରେ ପଦ୍ମଶ୍ରୀ ପୁରସ୍କୃତ ଡି ପ୍ରକାଶ ରାଓଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ରାଓ ପିଲା ଦିନୁ ଇଛାଥିଲା ଭଲ ଡାକ୍ତର ଟିଏ ହେବାକୁ ହେଲେ ହୋଇ ପାରିଲେନି । ପରେ ଇଛାକରିଥିଲେ ଭଲ ଖେଳାଳି ଟିଏ ହେବାକୁ ସେଇ ଇଛା ମଧ୍ୟ ପୂରଣ ହୋଇନଥିଲା । ଶେଷରେ ଚା’ ବିକାଳି ଭାବରେ ପରିଚିତ ହୋଇଗଲେ ସେ । ଡି ପ୍ରକାଶ ରାଓ  ଜଣେ ନିଃସ୍ୱାର୍ଥପର ସମାଜସେବୀ ।

କଟକର ବକ୍ସିବଜାରଠାରେ ଚା ଦୋକାନ କରି ଗରିବ ପିଲାଙ୍କୁ ପଢେଇବା ସହ ଶତାଧିକବାର ରକ୍ତଦାନ କରି ବହୁ ଲୋକଙ୍କର ଜୀବନକୁ ବଞ୍ଚାଇଛନ୍ତି । ବଡ ମେଡିକାଲ ଠାରୁ ଆରମ୍ଭ କରି ସବୁ ଜାଗାରେ ଅସହାୟ ରୋଗୀ ସେବାରେ ସେ ସବୁବେଳେ ଆଗରେଥାନ୍ତି । ବିଶ୍ୱସାରା ସେ ନିଜର ଏକ ପରିଚୟ ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ ସାଜିଛନ୍ତି । ଏହି ନିକଟ ଅତୀତରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.