April 19, 2024

ବିଶାଳ ରୋଡ ସୋ ସହିତ ବିଜୟ ମହାପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ସାଂସଦ ଅପରାଜିତା ଷଡଙ୍ଗୀ

1 min read

ଆଓରି-ଭୁବନେଶ୍ଵର(୧୫/୦୬) : କେନ୍ଦ୍ରପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇ ନଥିବା ବେଳେ, ଏଠାରେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ବିଜେଡି ଓ ବିଜେପି ପକ୍ଷରୁ ପ୍ରତିଦିନ କର୍ମୀ ସମ୍ମିଳନୀ, ରୋଡ ସୋ’ କରି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଆଜି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଭୁବେନଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଡେରାବିଶ ବ୍ଲକର ଚାନ୍ଦୋଳ ବଜାରରୁ ମଟର ସାଇକେଲ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ଚାନ୍ଦୋଳ ବଜାର ପରିକ୍ରମା କରି ଦାନପୁର, ଯଅବାରିମୁଳ, ହରିଅଙ୍କ, ଇନ୍ଦାଳୋ ପଞ୍ଚାୟତ ପରିକ୍ରମା ବେଳେ ଶହ ଶହ ମହିଳା ଫୁଲହାର ଓ ଫୁଲ ତୋଡା ଦେଇ ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ପରେ ସନ୍ଧ୍ୟାରେ ଗରଦପୁର ବ୍ଲକର କୋରୁଆଠାରେ ମହିଳା ମହୋତ୍ସବରେ ଯୋଗଦାନ କରି ମୋଦି ସରକାରଙ୍କ ଜନହିତକର କାର୍ଯ୍ୟ ସହ ଦୁର୍ନୀତିକୁ ହଟେଇବାକୁ ପରାମର୍ଶ ଦେଇଥିଲେ । ବିଜୟ ମହାପାତ୍ରଙ୍କ ସହ  ବାରମ୍ବାର ଏଠାକୁ ଆସିବା ସହ ବିକାଶ ପ୍ରତି ନଜର ଦେବେ ବୋଲି ସାଂସଦ ଅପରାଜିତା ଷଢଙ୍ଗୀ କହିଥିଲେ । ବିଜୟ ମଧ୍ୟ ଚିରାଚରିତ ଢଙ୍ଗରେ ଦୀର୍ଘ ୧୯ ବର୍ଷର ଚକ୍ରାନ୍ତ ବିଷୟରେ ବଖାଣି ଥିଲେ । ଏହି ସଭାରେ ସମିତି ସଭ୍ୟ ଦାସ ସଭାପତିତ୍ୱ କରିଥିଲାବେଳେ ନାରାୟଣ ସ୍ୱାଇଁ, ମାନସ ମହାନ୍ତି, ଅମୀୟ ପରିଜା, ଅହଲ୍ୟା ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.