April 16, 2024

ନ୍ୟୁଜ୍ ସ୍ଥିର ହୋଇପାରୁନି ପୌର ନିର୍ବାଚନ ତାରିଖ, ଦିନ ପରେ ଦିନ ଗଡ଼ାଉଛନ୍ତି ସରକାର

1 min read

ଆଓରି-ଭୁବନେଶ୍ୱର(୧୫/୦୬:) ପୌର ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କୁ ଡର ମାଡ଼ୁଛି ! କାରଣ ଗତ ସାଧାରଣ ନିର୍ବାଚନରେ ସହଞ୍ଚଳରୁ ବିଜୁ ଜନତା ଦଳର ପ୍ରାର୍ଥୀମାନେ ଆଶାନୁରୂପ ଭୋଟ ପାଇ ନାହାନ୍ତି । ତେଣୁ ପରାଜୟ ଭୟରେ ସରକାରରେ ଥିବା ବିଜୁ ଜନତା ଦଳ ପୌର ନିର୍ବାଚନକୁ ଗଡ଼ାଇ ଚାଲିଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି । ଗୋଟିଏପଟେ ରାଜ୍ୟରେ ବିଜେପିର ଭୋଟ ବଢିବା ଓ ସହରାଞ୍ଚଳରେ ବିଜେପି ସପକ୍ଷରେ ମତ ରହିଥିବାରୁ ପୌରନିର୍ବାଚନ ନେଇ ସରକାରଙ୍କ ମୁଣ୍ଡ ଗୋଲ୍‌ ହୋଇଯାଇଥିବା ଚର୍ଚ୍ଚା ହେଲାଣି । ଅନ୍ୟପଟେ ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି ।

କେବେ ହେବ ପୌର ନିର୍ବାଚନ । ସହରର ପରିମଳ ସମସ୍ୟାରୁ ଲୋକଙ୍କୁ କେବେ ମିଳିବ ଆଶ୍ୱସ୍ତି । କାରଣ ବାତ୍ୟା ଫୋନି ପରେ ପୁରୀ ସମତେ ଭୁବନେଶ୍ୱର ଓ କଟକ ମହାନଗର ନିଗମର ଅବସ୍ତା ବେହାଲ ହେଲାଣି । ସେପଟେ କଟକ ମହାନଗର ନିଗମ ଗତ ସେପଟେମ୍ବର 29ରୁ ଭଙ୍ଗ ହୋଇ ସାରିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମର ଅବଧି ଚଳିତ ଜାନୁୟାରୀ 16ରୁ ସରିଲାଣି । ଏହା ମଧ୍ୟରେ ରାଜ୍ୟରେ ମୋଟ୍ 3ଟି ମହାନଗର ନିମଗ ସମେତ 93ଟି ପୌରାଂଚଳର ଅବଧି ଶେଷ ହୋଇ ସାରିଛି । ତେବେ ପୌରାଂଚଳ ଗୁଡ଼ିକର ସମୟ ସରିବା ପରେ ନିର୍ବାଚନ କରିବା ପରିବର୍ତ୍ତେ ସମୟ ଗଡାଇ ଚାଲିଛନ୍ତି ରାଜ୍ୟ ସରକାର । ତେଣୁ ସରକାରଙ୍କ ଏହି ମନମୁଖି ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

୨୦୧୮ ଫେବୃୟାରୀ ୧୫ରୁ  ଓ୍ୱାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥାନ ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା । କୌଣସି ପରିସ୍ଥିତିରେ ପୌର ପରିଷଦ କିମ୍ବା ମହାନଗର ନିଗମରେ ପଛୁଆ ବର୍ଗଙ୍କ ପାଇଁ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ସ୍ଥାନ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ପୂର୍ବରୁ ରାୟ ଶୁଣାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । କିନ୍ତୁ ପୌରାଂଚଳ ନିର୍ବାଚନ କେବେ ହେବ, ସେ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ବି ସଠିକ୍ ଉତ୍ତର ନାହିଁ ।

ଚଳିତ ସାଧାରଣ ନିର୍ବାଚନରେ ସହରାଂଚଳର ଭୋଟ ପ୍ରତିଶତ ଶାସକ ଦଳ ପାଇଁ ଅଡୁଆ ସୃଷ୍ଟି କରିଛି । ବୋଧ ହୁଏ ସେଥିପାଇଁ ପୌର ନିର୍ବାଚନ ତାରିଖ ଗଡ଼ାଇ ଚାଲିଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.