April 20, 2024

ବିଜେପିର ୨୪ ଘଣ୍ଟିଆ ନିର୍ବାଚନ ପ୍ରକୋଷ୍ଠ ଆରମ୍ଭ

1 min read

ଆଓରି-ଭୁବନେଶ୍ଵର(୧୩/୦୩) : ଲୋକସଭା ଓ ବିଧାନସଭା ଆଗାମୀ ନିର୍ବାଚନ ନିମନ୍ତେ ଭାରତୀୟ ଜନତା ପାର୍ଟି, ଓଡ଼ିଶା ତରଫରୁ ଏକ ବିଧି ଓ ନିର୍ବାଚନ ପ୍ରକୋଷ୍ଠ ଖୋଲା ଯାଇଅଛି। ଏହି ପ୍ରକୋଷ୍ଠରେ ଦାୟିତ୍ୱ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପରେ ନ୍ୟସ୍ତ କରାଯାଇଅଛି। ଅବସରପ୍ରାପ୍ତ ପ୍ରଶାସକ ଶ୍ରୀସୁଦର୍ଶନ ନାୟକ ଓ ବିଜେପି ଆଇନ ପ୍ରକୋଷ୍ଠ ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ଉକ୍ତ ପ୍ରକୋଷ୍ଠର ମୁଖ୍ୟ ସଂଯୋଜକ ଓ ସହସଂଯୋଜକ ଭାବେ କାର୍ଯ୍ୟସଂଚାଳନ କରୁଛନ୍ତି। ଉକ୍ତ ପ୍ରକୋଷ୍ଠରେ ଆଇନ ବିଶାରଦମାନେ ସଭ୍ୟ ଅଛନ୍ତି। ନିର୍ବାଚନ ସଂକ୍ରାନ୍ତରେ ତଥା ଆଦର୍ଶ ଆଚରଣବିଧି ଉଲଘଂନ ତଥା ପ୍ରାର୍ଥୀମାନଙ୍କୁ ଆଇନଗତ ପରାମର୍ଶ ଦେବା ପାଇଁ ଫୋନ୍ ନମ୍ବରେ (୧୮୦୦-୩୪୫-୭୨୫୦ ଟୋଲ୍ ଫି୍ର ନମ୍ବର) ଯୋଗାଯୋଗ କରିବାକୁ ଅନୁରୋଧ। ଏତଦ୍ ବ୍ୟତୀତ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ସଂକ୍ରାନ୍ତରେ ବିଭିନ୍ନ ଅଭିଯୋଗ ଉକ୍ତ ମେଲ୍ ଆଇଡି bjpodishamcc@gmail.comରେ ପ୍ରେରଣ କରିବା ପାଇଁ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଅନୁରୋଧ କରିଛନ୍ତି।

ସାଧାରଣ ଜିଲ୍ଳା ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ବାଚନ ଆଚରଣବିଧି ଉଲଙ୍ଘନ ସଂକ୍ରାନ୍ତିୟ ସମସ୍ତ ଅଭିଯୋଗ ଦାଖଲ କରାଯାଏ। ଯେଉଁ ଅଭିଯୋଗଗୁଡ଼ିକ ଆବଶ୍ୟକତା ଦୃଷ୍ଟିରୁ ମୁଖ୍ୟ ରାଜ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ ଆୟୋଗଙ୍କ ପାଖରେ ଦାଖଲ କରାଯିବ, ଉକ୍ତ ଅଭିଯୋଗ ଓ ଫଟୋ ଗୁଡ଼ିକ ଉପରୋକ୍ତ ଇ-ମେଲ୍ ରେ ପଠାଇଲେ, ବିଧି ଓ ଆଇନ ସେବା ପ୍ରକୋଷ୍ଠ ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.