ଖୋର୍ଦ୍ଧାଠାରେ ରାଜ୍ୟ ବିଜେପି ରାଷ୍ଟ୍ରୀୟ ରକ୍ଷା ଦିବସ ପାଳିତ

Aparajita-Sarangi-Aajira-Odisha

ଆଓରି-ଭୁବନେଶ୍ଵର(୦୪/୦୩) : ଖୋର୍ଦ୍ଧା ଜିଲ୍ଲା କୁଦିଆରୀଠାରେ ରାଜ୍ୟ ବିଜେପି ରାଷ୍ଟ୍ରୀୟ ରକ୍ଷା ଦିବସ ପାଳନ ।   ଜାମୁ କାଶ୍ମୀରର ପୁଲ୍‌ଓ୍ୱାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ହମଲାରେ ସହିଦ ହୋଇଥିବା ବିଏସଏଫ ଯବାନଙ୍କ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ କୁଦିଆରୀଠାରେ ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ରକ୍ଷା ଦିବସ ପାଳନ ହୋଇଛି ।

ଏହି ଅବସରରେ୫ ଜଣ ଅବସର ପ୍ରାପ୍ତ ସୈନିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୈନିକ ମାନଙ୍କୁ ସମର୍ଦ୍ଧନା ଦେବା ସହିତ ସହିଦଙ୍କ ଉଦ୍ଦେଶ୍ୟରେ ୫ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହାସହ ଏହି କାର୍ଯ୍ୟକ୍ରମ ଶେଷରେ ଜଟଣୀ ପୌରପରିସଦର ୱାର୍ଡ ନଂ୨୧,୨୨ ଓ ୨୩ରେ ପଦଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଓ ମଣ୍ଡଳ ସ୍ତରୀୟ କର୍ମକର୍ତାମାନେ ଯୋଗ ଦେଇଥିଲେ ।