April 25, 2024

ଭଦ୍ରକରେ ଜିଲ୍ଲା ବିଜେପି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

1 min read
BJP-Samillani-Aajira-Odisha

ଆଓରି-ଭୁବନେଶ୍ଵର(୨୦/୧୨) : ଭଦ୍ରକ ଜିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ମଧ୍ୟାହ୍ନଭୋଜନ ଓ ସାଧାରଣ ବଣ୍ଟନ ଚାଉଳରେ ବହୁ ଟଙ୍କାର ହେର୍‌ ଫେର ଚାଲିଛି । ଏହାକୁ ପ୍ରସାଶନିକ ଅଧିକାରୀ ପରୋକ୍ଷରେ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି ।

ସପ୍ତାହକ ମଧ୍ୟରେ ସଂପୃକ୍ତ ଅଧିକାରୀ ଓ ଗୋଦାମ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ତାଲାବନ୍ଦ ଆନ୍ଦୋଳନ କରାଯିବ ବୋଲି ବଦ୍ରିନାରାୟଣ ଧଳ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ଉପସଭାପତି ଶରତ ପଢିଆରୀ, ଅମ୍ବିକା ଦାସଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହାସହ ଅନେକ ଗ୍ରାମବାସୀ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.