ଏସ୍ଟିଏଫ୍କୁ ରାଜ୍ୟ ସରକାର ଇଲେକ୍ସନ ଟାସ୍କଫୋର୍ସ ଭାବେ ବ୍ୟବହାର କରୁଛନ୍ତି ; ପିତାମ୍ବର ଆଚାର୍ଯ୍ୟ
1 min readଆଓରି-ଭୁବନେଶ୍ଵର(୦୮/୦୩) : କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍କୁ ରାଜ୍ୟ ସରକାର ଇଲେକ୍ସନ ଟାସ୍କଫୋର୍ସ ଭାବେ ବ୍ୟବହାର କରୁଛନ୍ତି । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ । ବିଜେପି ନେତା ଭୁବନ ମୋହନ ଜେନା ଏସ୍ଟିଏଫ୍ରେ ହାଜର ହେବା ପ୍ରସଙ୍ଗ ନେଇ ପିତାମ୍ବର ରାଜ୍ୟ ସରକାରଙ୍କ ନୈତିକତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସେ କହିଛନ୍ତି କ୍ରାଇମ୍ବ୍ରାଞ୍ଚକୁ ନବୀନ ସରକାର ଆଗାମୀ ନିର୍ବାଚନ ପାଇଁ ମୋହରା କରୁଛନ୍ତି । ଗ୍ୟାଙ୍ଗ୍ଷ୍ଟାର ଟିଟୋ ସହ ଅତି ନିବିଡ଼ ସମ୍ପର୍କ ରଖିଥିବା ଅତନୁ ସବ୍ୟସାଚୀ ନାୟକଙ୍କୁ ଆଜି ଯାଏଁ ଏସ୍ଟିଏଫ୍ ନୋଟିସ୍ ଦେଲା ନାହିଁ କିମ୍ବା ତାଙ୍କୁ ଜେରା କରିଲା ନାହିଁ । ଟିଟୋ ସହ ବିଧାୟକ ଅତନୁଙ୍କ ଘନିଷ୍ଠ ସମ୍ପର୍କ ରହିଥିବା କଥା ସମସ୍ତେ ଜାଣିଥିଲେ ମଧ୍ୟ ତାଙ୍କୁ କ୍ରାଇମ୍ବ୍ରାଞ୍ଚରେ ହାଜର ହେବ ପାଇଁ କୁହାଯାଉ ନାହିଁ । ଏମିତିକି ଟିଟୋର ଭାଇକୁ ଅତନୁ ସବ୍ୟସାଚୀ ବିଜେଡି ଦଳରେ ସାମିଲ କରିଥିଲେ ।
ବିଜେପି ନେତା ଭୁବନ ମୋହନଙ୍କୁ ଟିଟୋ ଲିଙ୍କ୍ ନେଇ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ନୋଟିସ ଜାରି କରିଥିଲା । ପରେ ଭୁବନ ମୋହନ ଏସ୍ଟିଏପ୍ ନିକଟରେ ହାଜର ହୋଇଛନ୍ତି । ଏହି ଘଟଣାରେ ଭୁବନ ମୋହନ।