April 19, 2024

ମଦମୃତ୍ୟୁକୁ ନେଇ ବିଜେପି କର୍ମୀଙ୍କ ଡ଼ିହିଡି ଥାନା ଘେରାଉ

1 min read

ଆଓରି-ଭୁବନେଶ୍ଵର(୧୯/୦୬) : ଭଦ୍ରକ ତିହିଡି ଥାନା ପୀରହାଟରେ ମଦମୃତ୍ୟୁକୁ ନେଇ ରାଜନୀତି ଏବେ ଜୋର  ଧରିଛି । ଗତ ଏପ୍ରିଲ ୨୯ ତାରିଖ ନିର୍ବାଚନ ଦିନ ଜ଼ିଲ୍ଲାର ଚାନ୍ଦବାଲି ଓ ତିହିଡି ଅଞ୍ଚଳର ବିଷାକ୍ତ ମଦ ପିଇ ୮ରୁ ଉର୍ଦ୍ଧ୍ୱଙ୍କର ମୃତ୍ୟୁ ହୋଇଥିଲା । ପ୍ରଶାସନ ଘଟଣାକୁ ଚାପିବା ପାଇଁ କେତୋଟି ହାତ ଗଣତି ଲୋକଙ୍କୁ ଗିରଫ କରି ଚୁପଚାପ ବସିଯାଇଛି । ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପ୍ରତିବାଦରେ  ଆଜି ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନେତୃତ୍ୱରେ ଚାନ୍ଦବାଲି ଓ ତିହିଡି ଅଞ୍ଚଳର ଶତାଧିକ ବିଜେପି କର୍ମୀ ତିହିଡି ଥାନା ଘେରାଉ କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.