ପୁରୀରୁ ଅାସୁଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ
1 min readଆଓରି-ଭୁବନେଶ୍ଵର(୨୪/୭) : ପୁରୀରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସ(OD-02-L-5697) କଳ୍ପନା ଛକ ନିକଟରେ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସର ବ୍ରେକ ଫେଲ ହୋଇଯାଇଥିବାରୁ ଡ୍ରାଇଭର ଗଛଟିରେ ନେଇ ବସଟିକୁ ପିଟିଦେଇଥିଲେ । ମଙ୍ଗଳବାର ସକାଳୁ ପୁରୀରୁ ଭୁବନେଶ୍ୱରସ୍ଥିତ ବରମୁଣ୍ଡାକୁ ଆସୁଥିବା ଶାରଳା ବସ୍ ୩୦ରୁ ଊର୍ଧ୍ୱ ଯାତ୍ରୀଙ୍କୁ ନେଇ ବରମୁଣ୍ଡା ଅଭିମୁଖେ ଯାଉଥିଲା । ଗତକାଲି ମହାପ୍ରଭୁଙ୍କ ସୁନାବେଶ ଥିବାରୁ ବି ଆଜି ବସ୍ ଓ ରାସ୍ତା ପ୍ରବଳ ଭିଡ ଥିଲା। ତେବେ ବସ୍ଟି କଳ୍ପନା ଛକ ନିକଟରେ ହଠାତ୍ ନିୟନ୍ତ୍ରଣ ହରାଇ ଥିଲା। ବସ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ବସ୍ଟିକୁ ଡିଭାଇଡର ଉପରେ ଚଢ଼ାଇ ଦେଇଥିଲେ, ଫଳରେ ବସ୍ଟି ଗଛରେ ପିଟି ହୋଇ ଅଟକି ଯାଇଥିଲା। ଚାଳକ ଯଦି ଏପରି କରି ନ ଥାଆନ୍ତେ ତେବେ କେତେକଙ୍କ ଲୋକଙ୍କ ଜୀବନ ଚାଲିଯିବାର ଅନେକ ଅାଶଙ୍କା ଥିଲା। ଏହି ଦୁର୍ଘଟଣାରେ ବସ୍ରେ ବସିଥିବା ଯାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଥିଲା, ଦୁର୍ଘଟଣାରେ ଘଟିଥିବା ସ୍ଥାନରେ ଦମକଳ କେନ୍ଦ୍ର ଥିବା ହେତୁ ସଙ୍ଗେସଙ୍ଗେ ଦମକଳ ବହିନୀ ଘଟଣାସ୍ଥଳରେ ପହଞ୍ଚି ବସ ଭିତରୁ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇ ନ ଥିବା ସୂଚନା ମିଳିଛି।