April 18, 2024

ବିଜେପିର ରଥଯାତ୍ରାକୁ କୋଲକାତା ହାଇକୋର୍ଟ ଅନୁମତି ; ମମତାଙ୍କୁ ଝଟକା

1 min read
BJP-Rath-Yatra-In-West-Bengal-Aajira-Odisha

ଆଓରି-ନୂଆଦିଲ୍ଲୀ(୨୧/୧୨) : ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରାକୁ କୋଲକାତା ହାଇକୋର୍ଟ ଅନୁମତି ଦେଇଛନ୍ତି । ହାଇକୋର୍ଟଙ୍କ ବିଜେପି ସପକ୍ଷରେ ରାୟ ମମତାଙ୍କୁ ଝଟକା ଦେଇଛି । କାରଣ ପୂର୍ବରୁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପଶ୍ଚିମ ବଙ୍ଗ ସରକାର ଅନୁମତି ଦେଇ ନଥିଲା । ସେଥିପାଇଁ ବିଜେପି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେପି ।  ହାଇକୋର୍ଟଙ୍କ ଏହି ରାୟ ପଶ୍ଚିମବଙ୍ଗରେ ଶାସନ କରୁଥିବା ତୃଣମୂଳ କଂଗ୍ରେସ ପାଇଁ ଏକ ଧକ୍କା ସାବ୍ୟସ୍ତ ହୋଇଛି ।

ରଥଯାତ୍ରା ପାଇଁ ଅନୁମତି ଦେବସହ ବିଜେପି ଉପରେ କିଛି ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ । ଏହି ରଥଯାତ୍ରା ବେଳେ ଯଦି କୌଣସି ଧନଜୀବନ ହାନୀ ଘଟେ ସେଥିପାଇଁ ଦଳ ଦାୟୀ ରହିବ ବୋଲି କୋର୍ଟ କହିଛନ୍ତି । ରାଜ୍ୟ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି ଯେ ତାଙ୍କ ଦଳ କୋର୍ଟର ନିର୍ଦ୍ଦେଶକୁ ପାଳନ କରିବ । ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା ପାଇଁ ଦଳ ୩ଟି ତାରିଖ ସ୍ଥିର କରିଛି । ସେଗୁଡିକ ହେଉଛି ଡିସେମ୍ବର ୨୨, ୨୪ ଏବଂ ୨୬ ତାରିଖ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.