April 25, 2024

ଜାମ୍ମୁ କାଶ୍ମୀରକୁ ଆଉ ୨୫ ହଜାର ଯବାନ ପଠାଇବାକୁ ନିଷ୍ପତି ନେଲେ କେନ୍ଦ୍ର ସରକାର

1 min read
25000-More-army-forces-send-to-kashmir-aajira-odisha

ଆଓରି-ନୂଆଦିଲ୍ଲୀ(୦୨/୦୮) : କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ଆଉ ୨୫ ହଜାର ଯବାନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ସକାଳୁ ଯବାନମାନେ ଘାଟିରେ ପହଞ୍ଚୁଛନ୍ତି। ଏଥିପାଇଁ ବାୟୁସେନାର ଗ୍ଲୋବମାଷ୍ଟର ବିମାନର ସହାୟତା ନିଆଯାଉଛି। ଶୁକ୍ରବାର କେନ୍ଦ୍ର ସରକାର ସ୍ଥଳ ଏବଂ ବାୟୁ ସେନାକୁ ହାଇଅଲର୍ଟରେ ରହିବାକୁ ନିର୍ଦେଶ ଦେଇଛନ୍ତି। ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ସୁରକ୍ଷା ବ୍ୟସ୍ଥାର ସମୀକ୍ଷା ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି। ଘାଟିରେ ହଲଚଲ ମଧ୍ୟରେ କିଛି ବଡ଼ ଘଟଣା ଘଟିବ ବୋଲି ଆକଳନ କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ କେତେକ ଦର୍ଘା, ମସଜିଦ ଏବଂ ଅଦାଲତରୁ ସୁରକ୍ଷା ପ୍ରତ୍ୟାହାର କରିନିଆଯାଉଛି। ଏଗୁଡ଼ିକରେ ମୁତୟନ ଯବାନଙ୍କୁ ନିଜ ଜିଲା ପୁଲିସ୍‍ ଲାଇନରେ ରିପୋର୍ଟ କରିବାକୁ କୁହାଯାଇଛି। ଅମରନାଥ ଯାତ୍ରାର ସୁରକ୍ଷାରେ ମୁତୟନ ଯବାନଙ୍କୁ ଅନ୍ୟତ୍ର ପଠାଯାଉଛି। ଏହାସହ ରାଜ୍ୟରେ ଅମରନାଥ ଯାତ୍ରାକୁ ଅଗଷ୍ଟ ୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସରକାର ଖରାପ ପାଣିପାଗ ଯୋଗୁଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି ବୋଲି କହିଛନ୍ତି। କିନ୍ତୁ ପାଣିପାଗ ବିଭାଗ ଏଭଳି କିଛି ବଡ଼ ପରିବର୍ତ୍ତନର ପୂର୍ବାନୁମାନ କରିନାହିଁ।
ମୋଦୀ ସରକାର ପ୍ରାୟ ସପ୍ତାହେ ତଳେ ଜାମ୍ମୁ କାଶ୍ମୀରକୁ ୧୦ ହଜାର ଅତିରିକ୍ତ ଯବାନ ପଠାଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜାମ୍ମୁ କାଶ୍ମୀର ଗସ୍ତରୁ ଫେରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସେତେବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଘାଟିରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ସୁରକ୍ଷା ବଳକୁ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.