ଏୟାର ଇଣ୍ଡିଆକୁ ୧ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କଲେ କେନ୍ଦ୍ର ସରକାର
1 min readଆଓରି-ନୂଆଦିଲ୍ଲୀ(୨୦/୧୦) : ଆର୍ଥିକ ସଙ୍କଟ ସାମ୍ନା କରୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାର ୧ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଜାତୀୟ ସ୍ଵଳ୍ପ ସଞ୍ଚୟ ପାଣ୍ଠିରୁ ଏହି ଅର୍ଥ ଦିଆଯାଇଛି। ଅପରପକ୍ଷେ ଏହି ବିମାନ କମ୍ପାନୀ ସୋଭରନ୍ ଗ୍ୟାରେଣ୍ଟି ବଦଳରେ ଆସନ୍ତା ସପ୍ତାହରେ ଆହୁରି ୫ଶହ କୋଟି ଟଙ୍କା ବଜାରରୁ ଉଠାଇବାକୁ ଯାଉଛି।
କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ସୋଭରନ୍ ଗ୍ୟାରେଣ୍ଟି ବାବଦରେ ବଜାରରୁ ଉଠାଇବାକୁ ଅନୁମତି ଦେଇଛନ୍ତି। ଇତି ମଧ୍ୟରେ ୩ ହଜାର କୋଟି ଟଙ୍କା ଉଠାଯାଇଛି। ଅବଶିଷ୍ଟ ଆସନ୍ତା ସପ୍ତାହରେ ଉଠାଯିବ। ପ୍ରକାଶ ଯେ, ଇନ୍ଧନ ବାବଦରେ ବକେୟା ପ୍ରଦାନ ନ କଲେ ତେଲ ଦେବା ବନ୍ଦ କରିଦେବେ ବୋଲି ତୈଳ କମ୍ପାନୀଗୁଡ଼ିକ ଧମକ ଦେଇଥିଲେ। ତେବେ ୧ଶହ କୋଟି ଟଙ୍କା ପାଇବା ପରେ ସେମାନେ ଇନ୍ଧନ ଦେବା ଜାରି ରଖିଛନ୍ତି।