Wed. Jul 24th, 2019

ୟାସିନର ସଂଗଠନ ଜେକେଏଲଏଫ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

1 min read
Central GOVT banned on yasin-malik-led jklf For anti-terror-law-Aajira-Odisha

ଆଓରି-ନୂଆଦିଲ୍ଲୀ(୨୩/୦୩) : ଜମ୍ମୁ କାଶ୍ମୀର ବିଛିନ୍ନତାବାଦୀ ସଂଗଠନ ଜେକେଏଲଏଫ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଜମ୍ମୁ କଶ୍ମୀର ଲିବରେସନ୍‌ ଫ୍ରଣ୍ଟ (ଜେକେଏଲ୍‌ଏଫ୍‌)ର ନେତା ୟାସିନ ମଲ୍ଲିକକୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ୟାସିନର ସଂଗଠନକୁ ବ୍ୟାନ କରାଯାଇଛି ।

ଜେକେଏଲଏଫ ଉପରେ ହତ୍ୟା, ଅପହରଣ ସହ ୩୭ଟି ଏଫଆଇଆର ଦାୟର କରିଛି ସିବିଆଇ ଏବଂ ଏନଆଇଏ । ଏହି ସଂଗଠନ ଜମ୍ମୁ କାଶ୍ମୀର ଲୋକଙ୍କୁ ଉସକାଇ ବିଭିନ୍ନ ହିଂସାକାଣ୍ଡ ଘଟାଉଥିବା ପ୍ରମାଣ ରହିଛି ।

ଜମ୍ମୁ କାଶ୍ମୀରରେ ଆନ୍ଦୋଳନ କରିବା, ସେନା ଉପରକୁ ପଥର ଫିଙ୍ଗିବା, ଏପରିକି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଠୁଳ କରି ରଖିବା ଅଭିଯୋଗ ରହିଛି ଜେକେଏଲଏଫ ଉପରେ । ତେବେ ଏବେ କେନ୍ଦ୍ର ସରକାରଙ୍କ ଜେକେଏଲ୍‌ଏଫ୍‌କୁ ବ୍ୟାନ୍‌ ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.